୫୦ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାମ ନିମ୍ନ ମାନର

ଢେଙ୍କାନାଳ ୨୪ । ୦୫: ରାଜ୍ୟ ସରକାର ଖରାଦିନ ପୂର୍ବରୁ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଜଳମୁନ୍ଦେ ଦେବାପାଇଁ ବଦ୍ଧ ପରିକତର ହୋଇପଡିବା ବେଳେ ବସୁଧା ଯୋଜନାରେ ଘରକୁ ଘର ଜଳ ଯୋଗାଇଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ ନିର୍ମାଣ କରିଥିଲେ । ମାତ୍ର ତାହା ଢେଙ୍କାନାଳ ଜିଲ୍ଲା ବିଭିନ୍ନ ପ୍ରକଳଳ୍ପର କାର୍ଯ୍ୟକାରୀତା ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ । ଖବର ଅନୁଯାୟୀ ପରଡଙ୍ଗ ବ୍ଳକ କୁମୁସି ପଂଚାୟତ ଅଧିନରେ ଅଁଳାକଟା ଗ୍ରାମରେ ବସୁଧା ଯୋଜନାରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋ÷÷ଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଏହି ଗାଆଁରେ ଚାଲିଛି । ପ୍ରକଳ୍ପର ଠିକା କାମ ନେଇଥିବା ଠିକା ସଂସ୍ଥା ପାଇପ୍ ବିଛାଇବା ପାଇଁ ଆବଶ୍ୟକ ମାପ ଅନୁଯାୟୀ ଗାତ ଖୋଳୁ ନଥିବା ବେଳେ ନିମ୍ନ ମାନର ପାଇପ୍ ବିଛାଇବାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି କାମ ନେଇଥିବା ଠିକାସଂସ୍ଥା ଏହି କାମକୁ ଅନ୍ୟ ପେଟି କଂଟ୍ରାକ୍ଟରକୁ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଉକ୍ତ ପେଟି କଂଟ୍ରାକ୍ଟର ଅଭିଯୋଗକାରୀଙ୍କୁ ନାଲିଆଖି ଦେଖାଇ ଭୟଭୀତ କରାଇବାକୁ ଚେଷ୍ଟା କରୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Comments (0)
Add Comment