ସ୍ପେଶାଲ ଟ୍ରେନରେ ଆଉ ଜଣେ ପ୍ରବାସୀ ମହିଳାଙ୍କ ପ୍ରସବ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିିଟିଲାଗଡ଼ ଷ୍ଟେସନରେ ରବିବାର ଜଣେ ପ୍ରବାସୀ ଗର୍ଭବତୀଙ୍କ ପ୍ରସବ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍ ୧୦ରୁ ୧୫ ଘଣ୍ଟା ଅଟକି ରହିଥିଲା । ସୂଚନାଯୋଗ୍ୟ, ତେଲେଙ୍ଗାନାର କାଜିପେଟରୁ ୦୭୦୮୭ ଶ୍ରମିକ ସ୍ପେଶାଲ ଟ୍ର୍ରେନରେ ବଲାଙ୍ଗୀର ଆସୁଥିବା ବେଳେ ହେମା କାନ୍ତି ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲାୟ ତେବେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନକୁୁ ଟିିଟିଲାଗଡ଼ ରେଳଷ୍ଟେସନରେ ୧୦ରୁ ୧୫ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା । ଏହାପରେ ଟିିଟିଲାଗଡ଼ ରେଳ ବିଭାଗର ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ କାନ୍ତି ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ । ଏହାପରେ ଘଟଣାସ୍ଥଳରୁ ଉଭୟ ମା’ ଓ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜନନୀ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଡାକ୍ତର କହିଛନ୍ତିୟ ତେବେ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାରେ ଟ୍ରେନରେ ଶିଶୁ ପ୍ରସବ ହେବା ଏହା ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି । ଏହାପୂର୍ବରୁ ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଟ୍ରେନ୍ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା’ ଓ ନବଜାତ ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଲକ୍ଡାଉନରେ ସେ ଫସି ରହିଥିଲେ । ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ । ପଞ୍ଜୀକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ । ଗର୍ଭବତୀ ସ୍ତ୍ରୀ ସହ ଟ୍ରେନରେ ଗତ ଶୁକ୍ରବାର ସେ ଫେରୁଥିଲେ । ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ ପ୍ରସବ କଷ୍ଟ ବଢି ଯାଇଥିଲା । ଏହାପରେ ସେ ଟ୍ରେନ୍ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହା ଜାଣିବା ପରେ ଟ୍ରେନ୍ରେ ଉପସ୍ଥିତ କର୍ମ·ରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଷ୍ଟେସନ କର୍ତ୍ତୁପକ୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମ·ରୀ ପ୍ରସ୍ତୁତ ହୋଇ ରହିଥିଲେ । ଟ୍ରେନ୍ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ତୁରନ୍ତ ମା’ ଓ ଛୁଆଙ୍କୁ ଡାକ୍ତରଖାନାକୁ ନିଆଯାଇ ଏକ ସ୍ୱ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

Comments (0)
Add Comment