ଆମେରିକାରେ ୧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ପ୍ରାୟ ଏକ ଲକ୍ଷ ଅତିକ୍ରମ କରିଛି । ତେବେ କରୋନାରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଥିଲେ ମଧ୍ୟ ଏହାକୁ ଖାତିର ନକରି ଦେଶର ସମସ୍ତ ୫୦ଟି ପ୍ରଦେଶରେ ଲକଡାଉନ ନିୟମରେ କୋହଳ କରାଯାଇଛି । ଆମେରିକୀୟ ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଟୀକା ଉତ୍ପାଦନ କରାନଯାଏ ଏବଂ ସଂକ୍ରମଣ ଏହି ଉପାୟରେ ·ଲିବ, ତେବେ ଦେଶରେ ୫୦ ରୁ ୬୦ ଲକ୍ଷ ଲୋକ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହେବେ । ଏଥିସହିତ ୨୦୨୪ ସୁଦ୍ଧା ମୃତ୍ୟୁସଂଖ୍ୟା ୧୪ ଲକ୍ଷରେ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି । ଯୁକ୍ତରାଷ୍ଟ୍ରରେ ସର୍ବାଧିକ ବିପର୍ଯ୍ୟୟ ନ୍ୟୁୟର୍କରେ ଦେଖିବାକୁ ମିଳିଛି, ଯେଉଁଠାରେ ଦେଶରେ ଚିହ୍ନଟ ହୋଇଥିବା କରୋନା ମାମଲାର ୨୨ ପ୍ରତିଶତ, ଏହା ସହ ନ୍ୟୁୟର୍କ ସହରରେ ହିଁ ପ୍ରାୟ ୩୦,୦୦୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ନ୍ୟୁୟର୍କ ସହରରେ ମିଳିତ ଜାତିସଂଘର ପ୍ରମୁଖ ସଂସ୍ଥା ଏବଂ ବିଶ୍ୱର ଅନେକ ଦେଶଗୁଡିକର ଦୂତାବାସ ରହିଛି । ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ନିଆ, ଏବଂ ଇଲିନୋଇସ୍ ଏବଂ ମାସାଚୁସେଟ୍ସ ଏହି ପାଞ୍ଚଟି ରାଜ୍ୟରେ ହିଁ ମିଳିତ ଭାବରେ ୫୫,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଦୁଇ ମାସର କଡା ଲକଡାଉନ ସତ୍ତେ୍ୱ ଆମେରିକାରେ ମୃତ୍ୟୁ ୧୦୦,୦୦୦ ରେ ପହଞ୍ଚିଛି । ଏହାପୂର୍ବରୁ ୧୯୫୭ ମସିହାରେ ଫ୍ଲୁରେ ଏକ ଲକ୍ଷ ୧୬ ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ୧୯୬୮ ମସିହାରେ ଏକ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ସଂଖ୍ୟା ମଧ୍ୟ ଶୀଘ୍ର ଅତିକ୍ରମ ହେବାର ସମ୍ଭାବନା ଅଛି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ଲୁ ଯୋଗୁଁ ଛଅ ଲକ୍ଷ ୭୫ ହଜାର ଆମେରିକୀୟ ପ୍ରାଣ ହରାଇଥିଲେ । କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶ ତଥା ବିଶ୍ୱର ଅଧିକାଂଶ ସ୍ଥାନରେ ଲକଡାଉନ୍ ଏବଂ ବିଭିତ୍ତ ପ୍ରତିବନ୍ଧକ ରହିଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ବେଗରେ ହ୍ରାସ ପାଉନାହିଁୟ ଭାରତରେ କରୋନା ଜୀବାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ପଜେଟିଭ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଜୀବାଣୁ ସଂକ୍ରମଣ ସଂଖ୍ୟା ୧୪୫୩୮୦ ରେ ପହଞ୍ଚିଛି, ସେଥିମଧ୍ୟରୁ ୪୧୬୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦୪୯୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ସାରା ବିଶ୍ୱରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୫.୫ ନିୟୁତ ଅତିକ୍ରମ କରିଛି ।

Comments (0)
Add Comment