ମା ଭୈରବୀ ବସ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବୈାଦ୍ଧ, (ଡୁମାଣୀଖବର) : ବୈାଦ୍ଧଜିଲ୍ଲା ମା ଭୈରବୀ ବସ କର୍ମଚାରୀ ସଂଘ ପକ୍ଷରୁ ସଂଘର ପିକରଣ ପାଇଁ ଦାବି କରାଯାଉଥିଲେ ମଧ୍ୟ ପିକରଣ ହେବାରେ ବିଳମ୍ବ କରାଯାଉଥିବାରୁ ଆଜି ସଂଘ ପକ୍ଷରୁ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଧାରଣ ଦିଆଯାଇଥିଲା ଏବଂ ଏନେଇ ଏକ ଦାବିପତ୍ର ଜିଲ୍ଲା ଶ୍ରମଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସଂଘର ପିକରଣ ପାଇଁ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡି ନିରାଶ ହେବା ପରେ ଶେଷରେ ସଂଘର ସଭାପତି ତଥା ୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ସାଧାରଣ ସଂପାଦକ ଦିଲ୍ଲିପ ସାହୁ, ବୈକୁଣ୍ଠ ବେହେରା, ରଂଜନ ମହାପାତ୍ର, ପ୍ରଫୁଲ୍ଲ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଶ୍ରମଅଧିକାରୀଙ୍କ ଅନୁପସ୍ଥିତିରେ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରାଯାଇଥିଲା । ପରେ ଆନ୍ଦୋଳନକାରୀଙ୍କ ସହିତ ଜିଲ୍ଲା ଶ୍ରମଶଧିକାରୀ ଫୋନରେ କଥା ହୋଇଥିଲେ । ଏହାପରେ ଧାରଣ ପ୍ରତ୍ୟାହାର କରାଯାଇଥିଲା ।

Comments (0)
Add Comment