ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ସର୍ବୋଚ୍ଚରେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡୁମାଣୀଖବର : ଆଇଏଏନଏସ- ସି ଭୋଟର ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାର୍ଚ୍ଚରେ ରହିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ କାର୍ଯ୍ୟରେ ପ୍ରାୟ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି । ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତୃତୀୟରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ । ଭୁପେଶ ବାଘେଲଙ୍କୁ ୮୧.୦୬ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବାବେଳେ ବି.ବିଜୟନଙ୍କୁ ମିଳିଛି ୮୦.୨୮ ପ୍ରତିଶତ ଜନତାଙ୍କ ସମର୍ଥନ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା ହାର ୭୧.୧ ପ୍ରତିଶତ ରହିଛି । ତେବେ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ । ଏଠି ପ୍ରାୟ ୯୫.୬ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ଯାହାଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ଅତ୍ୟଧିକ ସନ୍ତୁଷ୍ଟ ଥିବାବେଳେ ମାତ୍ର ୨.୨ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିଭଳି ହିମାଚଳରେ ମୋଦିଙ୍କ ଲୋକପ୍ରିୟତା ୯୩.୯୫ ପ୍ରତିଶତ ରହିଥିବା ବେଳେ ଛତିଶଗଡ଼ରେ ୯୨.୭୩ ପ୍ରତିଶତ ରହିଛି । ତେବେ ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଲୋକପ୍ରିୟତା ହାର ଅନ୍ୟ ରଜ୍ୟଗୁଡ଼କ ତୁଳନାରେ ତଳକୁ ଖସିଛି । ଏଠାରେ ମୋଦିଙ୍କ ଲୋକପ୍ରିୟତା ହାର ୭୨.୬୨ ଥିବା ବେଳେ ମହାରାଷ୍ଟ୍ରରେ ୭୧.୪୮ ଓ ଦଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ମୋଦିଙ୍କ ଲୋକପ୍ରିୟତା ହାର ୬୪.୬ ରହିଛି ।

Comments (0)
Add Comment