ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର

ଜୟପୁର,ଡୁମାଣୀଖବର : ଗୁରୁତର ଅସୁସ୍ଥ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଗୁରୁତର ଭାବେ କମଳାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ଜ୍ଝ ତାଙ୍କୁ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି । ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଉଚ୍ଚ ରକ୍ତଚାପ ଯୋଗୁଁ ଗୁରୁତର ହୋଇପଡିବାରୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଉଲ୍ଲେଖ ଥାଉ କି ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ତଥା ଦେଶୀ ପ୍ରଣାଳୀରେ ଚାଷ କରିବା ପାଇଁ କେନ୍ଦ୍ର ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀ। ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ ସଂରକ୍ଷିତ ରଖିଛନ୍ତି। ଖାଲି ନିଜେ ନିଜକୁ ଗରିମାମୟ କରିନାହାନ୍ତି, ବରଂ ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁ’ର ଲୋକମାନଙ୍କୁ ବୁଝାଇଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’ ଅର୍ଜନ କରିଛନ୍ତି ।

Comments (0)
Add Comment