କେଜ୍ରିୱାଲ ଅସୁସ୍ଥ; ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ଦେଖି ତାଙ୍କର କରୋନା ଟେଷ୍ଟ କରାଯିବ। ତାଙ୍କର ସମସ୍ତ ମିଟିଂକୁ ବାତିଲ କରି ଦିଅଯାଇଛି। ମିଳିଥିବା ଖବରରୁ ପ୍ରକାଶ ଯେ, ଗତକାଲି କେଜ୍ରିୱାଲ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା। ପ୍ରତିକାର ସ୍ୱରୂପ ସେ ଏବେ ହୋମ ଆଇସୋଲେସନରେ ରହୁଛନ୍ତି।

Comments (0)
Add Comment