ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଜଞଙ ଅଫିସ୍ ଯିବାକୁ ମନା, ଜାଣନ୍ତୁ କାରଣ

ଭୁବନେଶ୍ଷର, ଡୁମାଣୀଖବର : ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଆବେଦନକାରୀଙ୍କୁ ଜଞଙ କାର୍ୟ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସାରଥୀ ପୋର୍ଟାଲ କାର୍ୟ୍ୟକ୍ଷମ ନ ଥିବାରୁ ଆବେଦନକାରୀଙ୍କୁ ଆରଟିଓ ଅଫିସ୍ ଯିବା ପାଇଁ ମନା କରାଯାଇଛି। ଡିଏଲ ଏବଂ ଏଏଲ ସ୍ଲଟ୍ ପୁଣି ଥରେ ବୁକିଂ କରିବା ନେଇ ପ୍ରକ୍ରିୟା ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ, କରୋନା ପାଇଁ ପୁଣି ଗାଡ଼ି ଡକ୍ୟୁମେଣ୍ଟ୍‌ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଗାଡ଼ି ଡକ୍ୟୁମେଣ୍ଟ୍‌ ଭ୍ୟାଲିଡିଟି ଅବଧି ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପର୍ୟ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି। ଏସଂପର୍କରେ ସବୁ ରାଜ୍ୟକୁ ଆଡଭାଇଜରି ଜାରି କରାଯାଇଛି। ଗାଡ଼ିର ଫିଟ୍‌ନେସ୍‌, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟ୍‌ର ଅବଧି ଯଦି ଚଳିତ ବର୍ଷ ଫେବୃଆରୀ ୧ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ଶେଷ ପର୍ୟ୍ୟନ୍ତ ବୈଧ ରହିବ। ପୂର୍ବରୁ ମାର୍ଚ୍ଚ ୩୦ରେ ଏହି ଅବଧିକୁ ଜୁନ୍‌ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।

Comments (0)
Add Comment