ପ୍ରଥମ ଥର ଲାଗି ଭିନ୍ନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ଭୁବନେଶ୍ୱର : ଓଲିଉଡର ଜଣାଶୁଣା ନାୟିକା ଶ୍ରଦ୍ଧାଙ୍କୁ ଦର୍ଶକ ଗତ ବର୍ଷ ରିଲିଜ୍ ହୋଇଥିବା “ଫ୍ରମ୍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ । ଏହା ଥିଲା ଶ୍ରଦ୍ଧାଙ୍କର ଦ୍ୱିତୀୟ ଓଡ଼ିଆ ସିନେମାୟ ଏବେ ସେ ଯେଉଁ ସିନେମାରେ କାମ କରୁଛନ୍ତି ତାର ଟାଇଟଲ ହେଲା “ରାଜା ସାହିବା’ । ଏଥିରେ ସେ ବନିଛନ୍ତି ସାହିବା, ଆଉ ରାଜା ବନିଛନ୍ତି ଅମ୍ଳାନ । ଏହା ହେଉଛି ଏକ ହିନ୍ଦୁ-ମୁସଲିମ୍ ପ୍ରେମ କାହାଣୀ ।
“ରାଜା ସାହିବା’ରେ ଜଣେ ମୁସଲମାନ୍ ଯୁବତୀ ଭୂମିକାରେ ନଜର ଆସିବେ ଶ୍ରଦ୍ଧା । ଏଭଳି ଭୂମିକାରେ ସେ ପ୍ରଥମ ଥର ଲାଗି ନଜର ଆସିବେ । ଏହା ଅମ୍ଳାନ- ଶ୍ରଦ୍ଧା ଯୋଡ଼ିଙ୍କର ଦ୍ୱିତୀୟ ଓଡ଼ିଆ ସିନେମା । ଆଗରୁ ଉଭୟଙ୍କୁ “ଫ୍ରମ୍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ ଦର୍ଶକ । ଏଥିରେ ଜଣାଶୁଣା ଅଭିନେତା ପାର୍ଥସାରଥୀଙ୍କୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ ।
ଶ୍ରଦ୍ଧା ରିଆଲିଟି ସୋ’ “ମିଠାମିଠା ଯୋଡ଼ି’ଜରିଆରେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ । ଏହାପରେ ସେ “ମିଠାମିଠା’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ତେବେ ପ୍ରଥମ ସିନେମା ପରେ ଶ୍ରଦ୍ଧା ଟେଲି ଦୁନିଆଁରେ ଅଧିକ ସକ୍ରିୟ ରହି ଫିଲ୍ମ ପାଇଁ ସମୟ ଦେଇପାରୁନଥିଲେ । ସେ ମଞ୍ଜରୀ ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ “ମୋ ଦେହେ ବୋଳି ଦେ ତୋ ଦେହ କଳା’ରେ ନାୟକା ଭାବେ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି ।

Comments (0)
Add Comment