ଗଲ୍ୱାନ୍ ସାହସୀମାନଙ୍କ ଆତ୍ମବଳୀ ବୃଥା ଯିବ ନାହିଁ : ବାୟୁସେନା ମୁଖ୍ୟ

ହାଇଦ୍ରାବାଦ: ମୁଁ ଭରସା ଦେଇ କହୁଛି ଯେ ଆମେ ଆକ୍ରମଣ କରିବାକୁ ପ୍ରସ୍ତୁତ ଏବଂ ଗଲ୍ୱାନ୍ ସାହସୀମାନଙ୍କ ଆତ୍ମବଳୀ ବୃଥା ଯିବ ନାହିଁ । ବାୟୁସେନା ମୁଖ୍ୟ ଆହୁରି ମଧ୍ୟ କହିଲେ ଯେ, ସବୁ ସମୟରେ ସଶସ୍ତ୍ର ବାହିନୀ ପ୍ରସ୍ତୁତ ଓ ସଜାଗ ରହୁ ବୋଲି ଆମ ଅଞ୍ଚର ନିରାପତ୍ତା ସ୍ଥିତି ଆମକୁ ବାଧ୍ୟ କରୁଛି । ଗଲ୍ୱାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସେନିକମାନଙ୍କ ମଧ୍ୟରେ ସଂଘର୍ଷ ପରେ ସାମ୍ପ୍ରତିକ ପରିସ୍ଥିତିରେ ଯେକେଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ଭଲ ଭାବେ ପ୍ରସ୍ତୁତ ଓ ଠିକଣା ଭାବେ ସେନ୍ୟ ମୁତୟନ କରିଥିବା କଥା ଭାରତୀୟ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦେରିୟା କହିଛନ୍ତି । ହାଇଦ୍ରାବାଦସ୍ଥିତ ଏୟାର୍ ଫୋର୍ସ ଏକାଡେମିର “କମ୍ବାଇଣ୍ଡ୍ ଗ୍ରାଜୁଏସନ୍ ପରେଡ୍’ରେ ଉଦ୍ୱୋଧନ ଦେଇ ଏୟାର୍ ମାର୍ସାଲ୍ ଆର୍କେଏସ୍ ଭଦେରିୟା ଶନିବାର ଦିନ କହିଛନ୍ତି, ଭବିଷ୍ୟତର ଯେକେଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ଏବଂ ସୁ·ରୁ ରୂପେ ସେନ୍ୟ ମୁତୟନ କରିଛୁ ବୋଲି ସ୍ପଷ୍ଟ ହୋଇଯାଇଛି । ସତର୍କ ସୂଚନା ପାଇବା ମାତ୍ରେ ଆମେ କ’ଣ କରିବା ଆବଶ୍ୟକ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ନିକଟର ଘଟଣା ହେଉଛି ତା’ର ଛୋଟିଆ ନମୁନା । ସେ ପୁଣି କହିଲେ, ସାମରିକସ୍ତରୀୟ ଆଲୋଚନା ସମୟରେ ପହଞ୍ଚିଥିବା ରାଜିନାମା ପରେ ଚୀନ୍ର ଅଗ୍ରହଣୀୟ କାର୍ଯ୍ୟକଳାପ ଓ ଜୀବନହାନୀ ସତ୍ତେ୍ୱ, ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ଶାନ୍ତିରେ ତୁଟିଯାଉ ବୋଲି ସବୁମତେ ଉଦ୍ୟମ ·ଲିଛି । ଗଲ୍ୱାନ୍ ସଂଘର୍ଷରେ ଅନ୍ୟ ୧୯ଜଣ ଯବାନଙ୍କ ସହ ସହିଦ ହୋଇଥିବା କମାଣ୍ଡିଙ୍ଗ୍ ଅଫିସର୍ ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ପ୍ରତି ମଧ୍ୟ ବାୟୁସେନା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments (0)
Add Comment