ଟେକ୍ନୋ ପକ୍ଷରୁ ସ୍ପାର୍କର୍ ପାୱାର-୨ ନୂଆ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ଭୁବନେଶ୍ବର, ଡୁମାଣୀଖବର : ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ •ହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ସ୍ପାର୍କ ସିରିଜ୍ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍ ପାୱାର-୨ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୯,୯୯୯ ଟଙ୍କା ରହିଛି । ଏଥିରେ ୭ ଇଂଚଞ୍ଚ ଡଟ୍ ନଚ୍୍ ଏଚଡି ଡିସ୍ ପ୍ଲେ , ୬୦୦୦ ଏମ୍ଏଏଚ୍ ବ୍ୟାଟେରୀ ରହିଛି । ଯାହାକି ୩ ଘଂଟାର କଲିଂ ମାତ୍ର ୧୦ ମିନିଟ୍ •ର୍ଜରେ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏଥିରେ ୧୮ ୱାଟ ଫାଷ୍ଟ •ର୍ଜର ରହିଛି ।
ଏଥିରେ ୩୭୬ ଘଂଟାର ଷ୍ଟାଣ୍ଡ୍ ବାଏ ସୁବିଧା, ୩୭ଘଂଟାର କଲିଂ, ୧୯ ଘଂଟାର ଇଂଟରନେଟ୍, ୧୫୫ ଘଂଟାର ମ୍ୟୁଜିକ୍, ୧୩ ଘଂଟାର ଗେମିଂ ଏବଂ ୧୪ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍ ଆଦି ସୁବିଧା ରହିଛି । ଏହା ସହିତ ଏଥିରେ ୨.୫ ଡି କର୍ଭ ଏଡଜ୍ ରହିଛି ।
ଏହି ନୂଆ ସ୍ମାର୍ଟଫୋନ୍ରେ ୧୬ଏମ୍ପି ସମ୍ମୁଖ କ୍ୟାମେରା, ୧୬ଏମ୍ପି ଏଆଇ କ୍ୱାଡ ପଛ କ୍ୟାମେରା, ଡୁଆଲ୍ ଫ୍ଲାଶ୍, ଏଆଇ ବିୟୁଟି, ୱାଇଡ୍ ସେଲଫି, ଏଆର୍ ମୋଡ୍, ପୋଟ୍ରେଟ୍ ମୋଡ୍, କଷ୍ଟମ୍ ବିୟୁଟି ମୋଡ୍, ବୋଖେ ଇଫେକ୍ଟ, ଅଟୋ ସିନ୍ ଡିଟେକଶନ୍, ଏଆଇ ବଡି ଶେପିଂ, ଏଆଇ ଏଚଡିଆର୍, ଗୁଗୁଲ ଲେନ୍ସ, ପାନାରୋମା, ୨୦.୫:୯ ଆସପେକ୍ଟ୍ ରେସିଓ ଏବଂ ୯୦.୬ ପ୍ରତିଶତ ସ୍କିନ୍ ବଡି ରେସିଓ ଆଦି ସୁବିଧା ରହିଛି ।
ଏଥିରେ ଷ୍ଟେରିଓ ଅଡ଼ିଓ ଆଉଟ୍ପୁଟ୍, ୪ ଜିବି ରାମ୍, ୬୪ ଜିବି ରମ୍, ୨୫୬ ବର୍ଦ୍ଧିତ ମେମୋରୀ, ଆଣ୍ଡ୍ରଏଡ୍ ୧୦ ଏଚଆଇଓଏସ୍-୬.୧ ଅକ୍ଟାକୋର୍ ୨.୦ ଜିଏଚଜେଡ୍ ପ୍ରୋସେସର ରହିଛି ।
ସୁରକ୍ଷା ପାଇଁ ଏଥିରେ ପେସ୍ ଅନ୍ ଲକ୍-୨.୦, ଫିଙ୍ଗର ପ୍ରିଂଟ୍ ସେନସର ସୁବିଧା ରହିଛି ।
ଏହାର ବିକ୍ରି ଜୁନ୍ ୨୩ ମଧ୍ୟ ରାତ୍ରରୁ ଫ୍ଲିପ୍କାର୍ଟରେ ଆରମ୍ଭ ହେବ । ଟେକ୍ନୋ ସ୍ପାର୍କ-୨ ଅ ।ଇସ୍ ଜେଡ଼ାଇଟ୍ ଏବଂ ମିଷ୍ଟି ଗ୍ରେ ଅ ।ଦି ୨ଟି ଅ ।କର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ ।
ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଅ ।ର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ସ୍ମାର୍ଟଫୋନ୍ ଏବେ ଲୋକଙ୍କ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି । ଏହା ବହୁବିଧ ସୂଚନା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି । ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଭଲ ସ୍ମାର୍ଟଫୋନ୍କୁ ଗ୍ରାହକ ପସନ୍ଦ କରିଥାନ୍ତି । ସେଥି ପାଇଁ ଟେକ୍ନୋ ପକ୍ଷରୁ ସ୍ପାର୍କ ପାୱାର-୨ର ବଜାର ପ୍ରବେଶ କରାଯାଇଛି । ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିଥିବା ଟୋକ୍ନୋର ନୂତନ ସ୍ପାର୍କର୍ ପାୱାର-୨ସ୍ମାର୍ଟଫୋନ୍ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବା ସହିତ ଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ଅଛି । ଏହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବାକୁ ସକ୍ଷମ ହେବ । ଅଫ୍ଲାଇନ୍ରେ ଆମର କାରବାର ଜାରି ରହିଛି । ଆମେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍କାର୍ଟ ସହିତ ମିଳିତ ହୋଇ ସ୍ପାର୍କ ପାୱାର-୨ର ବିକ୍ରିରେ ନୂତନ ଅଧ୍ୟାୟ ସୃଷ୍ଟିର ଆଶା ରଖିଛୁ ।
ଏହି ଅବସରରେ ଫ୍ଲିପ୍କାର୍ଟର ବରିଷ୍ଠ ନିର୍ଦ୍ଦେଶକ, ମୋବାଇଲ, ଆଦିତ୍ୟ ସୋନୀ କହିଲେ, ଗ୍ରାହକଙ୍କୁ ମୂଲ୍ୟ ଆଧାରରେ ସ୍ମାର୍ଟଫୋନ୍ ଯୋଗାଇବାରେ ଫ୍ଲିପ୍କାର୍ଟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି । ୧୦,୦୦୦ ଟଙ୍କା ରୁ କମ୍ ଟେକ୍ନୋ ସ୍ପାର୍କ ପାୱାର-୨ ସ୍ମାର୍ଟଫୋନ୍ ଗ୍ରାହକଙ୍କ ଆକର୍ଷିତ କରିବାକୁ ସକ୍ଷମ ହେବାର ଆଶା ରହିଛି ।

Comments (0)
Add Comment