ବିଶ୍ୱର ନେତାମାନେ କ’ଣ ଏତେ ଭୟାଳୁ : ରିଚା

କରୋନା ଭାଇରସ୍ ପୂରା ଦୁନିଆରେ ଏବେ ତା’ର ତାଣ୍ଡବଲୀଳା ରଚିଚାଲିଛି । ଚୀନ୍ର ଉହାନ୍ ସହରରୁ ବ୍ୟାପିଥିବା ଏହି ଭାଇରସ୍ ପୁରା ବିଶ୍ୱରେ ତା’ର କାୟା ବିସ୍ତାରି ଚାଲିଛି । ଏହାକୁ ନେଇ ବଲିଉଡ୍ ଅଭିନେତ୍ରୀ ରିଚା ଚଡ୍ଡା ଅସନ୍ତୋଷ ପ୍ରକାଶ କରିବା ସହ ବିଶ୍ୱର ବଡ଼ ବଡ଼ ନେତାମାନେ ଚୀନ୍ ବିରୁଦ୍ଧରେ କାହିଁକି ଚୁପ୍ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଗଲୱାନ୍ ଘଟଣାକୁ ନେଇ ରିଚା ଚୀନ୍ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ଗୋଟିଏ ଦେଶ ଯିଏକି ପୂରା ବିଶ୍ୱକୁ ମହାମାରୀ କରୋନାରେ ଆକ୍ରାନ୍ତ କରୁଛି, ଲକ୍ଷାଧିକ ଲୋକ ମୃତ୍ରୁବରଣ କରୁଛନ୍ତି, ପୂରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ଭାଙ୍ଗିଦେଇଛି, ଆମ ଦେଶର ନିରସ୍ତ୍ର ସୈନିକଙ୍କୁ ହତ୍ୟା କରୁଛି, ସୀମା ଅତିକ୍ରମ କରି ଆମକୁ ଯୁଦ୍ଧ ପାଇଁ ଉସୁକାଉଛି, ଏଭଳି ଦେଶକୁ ଉଚିତ୍ ଶିକ୍ଷା ଦେବା ପରିବର୍ତ୍ତେ ସାରା ବିଶ୍ୱ କ’ଣ ପାଇଁ ଚୁପ୍ ରହିଛି? କ’ଣ ସାରା ଦୁନିଆର ନେତାମାନେ ଏତେ ଭୟାଳୁ? ମୋ ଅଜା ଜଣେ ସ୍ୱତନ୍ତ୍ରତା ସଂଗ୍ରାମୀ ଥିଲେ ଓ ୧୯୬୨ ଯୁଦ୍ଧରେ ସେ ଜଣେ ଯୋଦ୍ଧା ଥିବା ରିଚା କହିଛନ୍ତି । ତେବେ ଚୀନ୍ ବିରୁଦ୍ଧରେ କେବଳ ରିଚା ନୁହଁନ୍ତି ଏଭଳି ବହୁ କଳାକାର ଚୀନ୍ ବିରୋଧୀ ସ୍ୱର ଉତ୍ତୋଳନ କରିବା ସହ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେଉଥିବା ପରିଲକ୍ଷିତ ହେଉଛି ।

Comments (0)
Add Comment