ବଚ୍ଚନ ପରିବାର ଛାଡ଼ି ମାଆଙ୍କ ସହ ରହିଲେ ଐଶ୍ୱର୍ଯ୍ୟା!

Aishwarya left the Bachchan family and stayed with her mother!

ମୁମ୍ବାଇ, ୧୬ା୧୨: ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅଲଗା ରହିବାକୁ ନିଷ୍ପତ୍ତି ବି ନେଇଥିବା କୁହାଯାଉଛି। ବଚ୍ଚନ ପରିବାର ସହ ଯୋଗାଯୋଗରେ ଥିବା ଲୋକଙ୍କ କହିବାନୁଯାୟୀ, ଝିଅ ଆରାଧ୍ୟା ପାଇଁ ଅଭିଷେକ ଓ ଐଶ୍ୱର୍ଯ୍ୟା ଏକାଠି ରହୁଥିଲେ। ଏକ ରିପୋର୍ଟ ଅନୁଯାୟୀ, ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଦୂରତା ବଢିଯାଇଛି। ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାରଠାରୁ ଦୂରରେ ରହୁଛନ୍ତି। ସଂପ୍ରତି ସେ ନିଜର ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଆଧିକାରୀକ ବିବୃତି ଦିଆଯାଇନାହିଁ। କୁହାଯାଉଛି ଯେ ଶାଶୂ ଜୟାଙ୍କ ସହିତ ଐଶ୍ୱର୍ଯ୍ୟାଙ୍କର ପଡୁନାହିଁ। ଉଭୟ ପରସ୍ପର ସହ କଥା ହେଉନାହାନ୍ତି। କିନ୍ତୁ ଏହି ବିବାଦ ଭିତରେ ଅଭିଷେକ ସବୁ ସମୟରେ ପିତାମାତାଙ୍କ ସପକ୍ଷରେ ରହୁଛନ୍ତି। ଏଥିପାଇଁ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଝଗଡ଼ା ବଢିଯାଇଛି। କିଛିଦିନ ତଳେ ଅମିତାଭ ଝିଅ ଶ୍ୱେତା ବଚ୍ଚନଙ୍କ ନାମରେ “ଜଲସା’ ଘର କରିଦେଇଥିଲେ। ସେଠାରେ ଶ୍ୱେତା ବଚ୍ଚନ ମଧ୍ୟ ରହି ସାରିଛନ୍ତି। ଏଭଳି ସମୟରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ସଂପର୍କରେ ଏଭଳି ଖବର ସାମ୍ନାକୁ ଆସିଛି।

#bollywood#dumanikhabar#india#latestnews#news
Comments (0)
Add Comment