ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଡୁମାଣୀଖବର : ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୬୫ ଜଣ ଚିକିତ୍ସାଧୀନ ଅଛନ୍ତି।
ଏହି ୨୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦ଟି ଲୋକାଲ୍ କେସ୍‌। ସେହିପରି ଏହି ୨୧୮ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୪୯ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧, ଅନୁଗୋଳରୁ , କଟକରୁ ୫, ଜଗତସିଂହପୁରରୁ ୨୯, ଭଦ୍ରକରୁ ୨୫, କନ୍ଧମାଳରୁ ୧, ନୂଆପଡ଼ାରୁ ୨, ଝାରସୁଗୁଡ଼ାରୁ ୪, କେନ୍ଦୁଝରରୁ ୨, ଯାଜପୁରରୁ ୧, ପୁରୀରୁ ୧୦, ଗଜପତିରୁ ୨୭, ବୌଦ୍ଧରୁ ୧, ସୁନ୍ଦରଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨, ମୟୂରଭଞ୍ଜରୁ ୯, କୋରାପୁଟରୁ ୧ ଓ ବାଲେଶ୍ୱରରୁ ୭ ଜଣ ଅଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ଆଉ ୭ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Comments (0)
Add Comment