ଲକ୍ ଡାଉନ୍ ସଟ୍ ଡାଉନ୍ ସ୍ଵତ୍ତେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି

ହିଞ୍ଜିଳିକାଟୁ, ଡୁମାଣୀଖବର : ଏଥିରୁ ଜଣାପଡୁଛି କେଉଁଠି ନା କେଉଁଠି ଅବହେଳା ହେଉଛି। କିଏ ନା କିଏ ନିୟମ ଭାଙ୍ଗୁଛନ୍ତି। ଆଉ ଏଥିପାଇଁ ତ କିଛି ଦିନ ହେଲା ହିଞ୍ଜିଳିକାଟୁ ରେ ସଂକ୍ରମଣ କାୟା ବିସ୍ତାର କଲାଣି। ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳ ବାସୀ ଚିନ୍ତିତ। ପ୍ରଥମେ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିଲେ। ଏବେ ସ୍ଥାନୀୟ ବଜାରର ପରିବା, ପାନ୍ ଦୋକାନୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସୋମବାର ଠାରୁ ଶୁକ୍ରବାର ସକାଳ୭ରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଅତି ଆବଶ୍ୟକୀୟ ଦୋକାନ ଖୋଲା ରହୁଛି। ସାମାଜିକ ଦୂରତା ଭଙ୍ଗ କରି ଅନେକ ଦୋକାନ କୁ ପୌର ପରିଷଦ ସିଲ୍ ମଧ୍ୟ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍ଷଣ ଥିବା କିଛି ବ୍ୟବସାୟୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ମାନେ ସଂକ୍ରମିତ ହୋଇଥିବା ଜଣାପଡିଛି। ଗତକାଲି ଗଞ୍ଜମ ଜିଲ୍ଲାରେ ୫୮ ଜଣ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୪ ଜଣ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେ ଟୁଇଟ କରିଛନ୍ତି। ବର୍ତ୍ତମାନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ତେଣୁ ନିଜ ସୁରକ୍ଷା ନିଜ ହାତ ରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର । ସ୍ଥାନୀୟ ପ୍ରଶାସନ ପକ୍ଷରୁ କେତେ ବେଳେ ମଧ୍ୟ ହିଞ୍ଜିଳିକାଟୁର ବିଭିନ୍ନ ୱାର୍ଡ଼ କୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷଣା କରିବା ସହ ସହରର ଆରମ୍ଭ ରୁ ଶେଷ ପର୍ୟ୍ୟନ୍ତ ଅଞ୍ଚଳ କୁ ବଫର ଜୋନ କରିବା ନେଇ ଜୋର୍ ସୋର୍ ଆଲୋଚନା ଚାଲିଛି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟି ରେ ରଖି ବଡ଼ଖଣ୍ଡି ସରପଞ୍ଚ ପଞ୍ଚାୟତ କୁ ୫ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି।
ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଲକ୍ଷଣ ଚିହ୍ନଟ ହେବା ପରେ ମହାବିଦ୍ୟାଳୟ କର୍ମଚାରୀଙ୍କ ମହଲ ରେ ଭୟର ବାତାବରଣ ଦେଖା ଦେଇଛି।

Comments (0)
Add Comment