ବିଦେଶୀ ମଦ ଓ ବିୟର କାଲିଠାରୁ କାଉଣ୍ଟରରେ ମିଳିବ

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ବିଦେଶୀ ମଦ ଓ ବିୟର ମିଳିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ମଦ ଦୋକାନ ଖୋଲା ରହିବ ଏବଂ ଏହି ସମୟରେ ଗ୍ରାହକମାନେ ଦୋକାନ କାଉଣ୍ଟରରେ ଲାଇନରେ ଛିଡ଼ା ହୋଇ ମଦ କିଣିପାରିବେ। ଏହାଛଡ଼ା ପୂର୍ବଭଳି ହୋମ୍ ଡେଲିଭରି ବ୍ୟବସ୍ଥା ଜାରି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ଆବଶ୍ୟକ ପଡିଲେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ କରାଯିବାର ବନ୍ଦୋବସ୍ତ କରାଯିବ ବୋଲି ବି କୁହାଯାଇଛି। । ଦୋକାନୀ ଚାହିଁଲେ କାଉଣ୍ଟରରେ ଅଧିକ କର୍ମଚାରୀ ନିୟୋଜିତ କରିପାରିବେ । ‘ଅନ୍’ ସପ୍ ଗୁଡିକ ‘ଅଫ’ ସପ୍ ଭାବେ ବିକ୍ରି କରିପାରିବେ । ଏହାଫଳରେ ଅଧିକ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ ।
କାଉଣ୍ଟର ବାହାରେ ସ୍ଲଟ୍ ବୁକିଂ ପାଇଁ ଇ-ଟୋକନ ବ୍ୟବସ୍ଥା ରହିବ । ମଦ ବିକ୍ରି କରୁଥିବା କର୍ମଚାରୀ ମାସ୍କ ପିନ୍ଧିବେ । ଗ୍ରାହକ ମାସ୍କ ପିନ୍ଧିନଥିଲେ ମଦ ଦିଆଯିବ ନାହିଁ । ମଦ ଦୋକାନ ଉପରେ ରହିବ ପୁଲିସ ଓ ଅବକାରୀ ବିଭାଗର କଡ଼ା ନଜର ରହିବ । ତେବେ କୋଭିଡ କଟକଣା ଭାଙ୍ଗିଲେ ଦୋକାନ ସିଲ୍ କରିପାରିବେ ଜିଲ୍ଲାପାଳ । ଦୋକାନକୁ ନିୟମିତ ଭାବେ ସାନିଟାଇଜ କରିବାକୁ ହେବ । ମଦ ବିକ୍ରି ସମୟରେ ସାମାଜିକ ଦୂରତ୍ବ ବଜ୍ୟା ରଖିବା ଉପରେ ବି ଗୁରୁତ୍ବ ଦିଆଯିବ ବୋଲି ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Comments (0)
Add Comment