ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ହେଲେ ଶୈବପୀଠଗୁଡ଼ିକ ଖାଁ ଖାଁ। ଚଳିତ ବର୍ଷ କରୋନା ପାଇଁ କଟକଣା ଥିବାରୁ ବୋଲବମ୍‌ ଯାତ୍ରା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ କାଉଡ଼ିଆମାନେ ଏଥର ଜଳଲାଗି କରିବାକୁ ଆସିନାହାନ୍ତି। କେବଳ ମନ୍ଦିରରେ ପାରମ୍ପରିକ ପୂଜା କରାଯାଉଛି।

ଜଣେ ଶ୍ରଦ୍ଧାଳୁ କହିଛନ୍ତି,“ଆଜି ଶତାଧିକ କାଉଡ଼ିଆ ଓ ଭକ୍ତ  ଝାଡେଶ୍ୱର ମନ୍ଦିରକୁ ଆସି ଥାଆନ୍ତେ। ପାଣି ଢାଳି ଠାକୁରଙ୍କୁ ଦର୍ଶନ କରି ଯାଇ ଥାଆନ୍ତେ। ହେଲେ ସମସ୍ତଙ୍କ ସ୍ୱପ୍ନ ଅଧୁରା ହୋଇ ରହିଗଲା।  ମହାମାରୀ କରୋନା ପାଇଁ କେହି ଠାକୁର ଦର୍ଶନ କରିପାରୁ ନାହାନ୍ତି। କେବଳ ବାହାରେ ଠିଆ ହୋଇ ଦର୍ଶନ କରି ମନ ଦୁଃଖରେ ଯାଉଛୁ।”

Comments (0)
Add Comment