ମଦ ବଦଳରେ ପିଇଦେଲେ ସାନିଟାଇଜର, ୯ ମୃତ

ହାଇଦ୍ରାବାଦ, ୩୧ ।୭ : ହାଇଦ୍ରାବାଦରେ ମଦ ନ ମିଳିବାରୁ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଛନ୍ତି ୯ ଜଣ ଲୋକ, ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । କୁରିଚେଡୁ ସହରରେ ଏଭଳି ଘଟଣା ଘଟିଥିବା ଜଣାପଡିଛି, ଯେଉଁଠାରେ ମଦ୍ୟପାନ ପାଇଁ ମଦ ନ ମିଳିବାରୁ ଲୋକମାନେ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଛନ୍ତି । ୯ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ଏହି ଘଟଣା କୁରିଚେଡୁ ସହରରେ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ଦୁଇ ଜଣ ଡାରସି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଛଅ ଜଣ ଶୁକ୍ରବାର ସକାଳେ ପ୍ରାଣ ତ୍ୟାଗ କରିଛନ୍ତି । ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଥିବାବେଳେ ଏବଂ ବାକି ମୃତକ ମାନେ ସ୍ଥାନିୟ ବସ୍ତିବାସିନ୍ଦା ଥିଲେ । ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ଲୋକ ସାନିଟାଇଜର ପିଇ ଅସୁସ୍ଥ ଥିବା ନେଇ ଜଣାପଡିଛି । ମୃତ ବ୍ୟକ୍ତିମାନେ ଅନୁଗୁଣ୍ଡା ଶ୍ରୀନୁ (୨୫), ଭୋଗେମ୍ ତିରୁପାଥାଇୟା (୩୫), ଗୁଣ୍ଟାକା ରାମି ରେ‡ୀ (୬୦), କଦାମ ରାମନାୟା (୨୮), ରଜା ରେ‡ୀ (୬୫), ରାମନାୟା (୬୫), ବାବୁ (୪୦), ·ର୍ଲ୍ସ (୪୫) ଏବଂ ଅଗଷ୍ଟିନ୍ (୪୫) ବୋଲି ଜଣାପଡିଛି । ପ୍ରକାଶ ଜିଲ୍ଲା ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଦ୍ୟପାନ ପାଇଁ ମଦ ନ ମିଳିବା କାରଣରୁ ପୀଡିତ ମାନେ ମଦ ବଦଳରେ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଥିଲେ । ଏହାପରେ ପ୍ରଥମେ ସ୍ଥାନୀୟ ଦେବୀ ଦୁର୍ଗା ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ଭିକାରୀ ଠାରେ ହି ଜଳାପୋଡାର ଲକ୍ଷଣ ଦେଖା ଯାଇଥିଲା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ସକାଳେ ପେଟରେ ଯନ୍ତ୍ରଣା ହେତୁ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ସଦସ୍ୟ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିବା ଅନ୍ୟ ଛଅ ଜଣଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସିଦ୍ଧାର୍ଥ କୌଶଲ କହିଛନ୍ତି ଯେ ସମସ୍ତ ସ୍ଥାନୀୟ ଦୋକାନରୁ ସାନିଟାଇଜର ଜବତ କରାଯାଇଛି ଏବଂ ପରୀକ୍ଷା ପାଇଁ ପଠାଯାଇଛି । ପୀଡିତମାନେ କେବଳ ସାନିଟାଇଜର ଖାଇଛନ୍ତି ନା ନକଲି ମଦ୍ୟପାନ କରିଛନ୍ତି ତାହା ପୋଲିସ ବର୍ତ୍ତମାନ ତଦନ୍ତ କରୁଛି । ଗତ ୧୦ ଦିନ ଧରି ଲକଡାଉନ ହେତୁ କୁରିଚେଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ପୀଡିତଙ୍କ ପରିବାର ପୋଲିସକୁ କହିଛନ୍ତି ଯେ ସାନିଟାଇଜର ପିଇବା ପରେ ସେମାନେ ସମସ୍ତେ ଚେତାଶୂନ୍ୟ ହୋଇପଡିଥିଲେ ୟ ତେବେ ପୀଡିତମାନେ ସାନିଟାଇଜରକୁ କେତେ ଖାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ।

Comments (0)
Add Comment