ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ବଜାର କେନ୍ଦ୍ରସ୍ଥଳରେ ଥିବା ମଉଁନେଇ ଠାକୁରାଣୀଙ୍କ ମନ୍ଦିର ପରିସରରେ ରଖା ଯାଇଥିବା ହୁଣ୍ଡି ଭାଙ୍ଗି କୌଣସି ଦୁବୃର୍ତ୍ତ ସୋମବାର ରାତିରେ ଲୁଟ କରିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ସଭାପତି ନଟବର ଆଚାର୍ଯ୍ୟ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ରାତିରେ ଠାକୁରାଣୀଙ୍କ ସନ୍ଧ୍ୟା ନିତିକାନ୍ତି ସରିବା ପରେ ପୁଜାରୀ ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ। ମଙ୍ଗଳବାର ସକାଳେ ଦିଅଁ କାମ କରିବାକୁ ପୂଜାରୀ ଆସି ଠାକୁରାଣୀଙ୍କ ହୁଣ୍ଡି ଭଙ୍ଗାଯାଇ ସବୁ ଲୁଟ ହୋଇଥିବା ଦେଖିଥିଲେ। ଏ ସମ୍ପର୍କରେ ପରିଚାଳନା କମିଟି ସଭାପତିଙ୍କୁ ଜଣାଇଥିଲେ। ଅଭିଯୋଗ ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ କାମ କୌଣସି ନିଶାଖୋର ଲୋକଙ୍କ ଦ୍ୱାରା କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

Comments (0)
Add Comment