ମାଛ ଜାଲରେ ଫସିଲା ୮ ଫୁଟିଆ ଅଜଗର

ପଳାଶପଙ୍ଗା : ସଦର ବ୍ଲକ୍‌ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଖପରାଖାଇ ଗ୍ରାମରୁ ବିରାଟକାୟ ୮ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଖରୀରେ ମାଛ ଧରିବା ଗତ କାଲି ଜାଲ ବସାଯାଇଥିଲା । ଆଜି ସକାଳେ ଜାଲରେ ୮ ଫୁଟ ୯ ଇଞ୍ଚର ବିରାଟ ଅଜଗର ପଡିଥିବା ଦେଖି ମାଛ ଧରାଳି ଭୟଭୀତ ହୋଇ ଯାଇଥିଲେ ।

ଖବର ପାଇ ସାପ ଧରାଳି ମିଥୁନ ମୁଣ୍ଡା, ମୂରଲୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସାପକୁ ଜାଲରୁ ଉଦ୍ଧାର କରି ନିକଟସ୍ଥ କ୍ଲବ୍‌ ଘରେ ରଖିଥିଲେ। ପରେ ବନବିଭାଗ କର୍ମଚାରୀ ବନପାଳ ରାମଚନ୍ଦ୍ର ନାଏକ ପହଞ୍ଚି ସାପଟିକୁ ସ୍ଥାନୀୟ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

Comments (0)
Add Comment