ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଅଟୋ ମାଲିକ ସଂଘ

ଖୋର୍ଦ୍ଧା, ଖୋର୍ଦ୍ଧା-ମହାମାରୀ କରୋନା ପ୍ରଭାବରେ ଜୀବିକା ହରାଇଛନ୍ତି ଅଟୋ ମାଲିକମାନେ । ଦୀର୍ଘ ୪ ମାସରୁ ଉଦ୍ଧ୍ୱର୍ ସମୟ ରାସ୍ତାରେ ଗଡ଼ୁନି ଅଟୋ । ଫଳରେ ପରିବାର ଭରଣ ପୋଷଣ କରିବା ଏବେ ସେମାନଙ୍କ ପାଇଁ କାଠିକରପାଠ ହେଲାଣି । ସେହିପରି ଅଟୋ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିବା ମାଲିକମାନେ ମଧ୍ୟ ଅଟୋ ନ ଚାଲିବାରୁ କିସ୍ତି ଦେଇ ପାରୁ ନାହାଁନ୍ତି । ଯାହା ଫଳରେ ରୋଜଗାର ନ ହେବାରୁ ମାନସିକ ଚାପ ସମେତ ପିଲାଙ୍କ ପାଠ ପଢା ନିମନ୍ତେ ସେମାନେ ଚିନ୍ତାରେ ରହିଛନ୍ତି । ଏଣୁ ସରକାରଙ୍କ ତରଫରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋରଧା ମା’ଜାଗୁଳେଇ ଅଟୋ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଭଗବାନ ପଣ୍ଡାଙ୍କ ନେତୃତ୍ୱରେ ସମ୍ପାଦକ ସିଦେ୍ଧଶ୍ୱର ପ୍ରଧାନ, ମନୋଜ କୁମାର ମହାନ୍ତି, ମୋହିଉଦ୍ଦିନ ଖାଁ, କୃପାସିନ୍ଧୁ ବରାଳ, ସଂଘର ମୁଖ୍ୟ ଉପଦେଷ୍ଠା ଦିଲ୍ଲୀପ କୁମାର ହୋତା ଏବଂ ଲିଳିତ ମୋହନ ମହାପାତ୍ରଙ୍କ ସମେତ ଅନ୍ୟମାଲିକମାନେ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସଂଘର ଦାବୀ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Comments (0)
Add Comment