ବିଜେପି ଏମପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ, ୧୧|୦୮:  ବିଜେପି ଏମପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ । ପାକିସ୍ତାନକୁ ହତ୍ୟା ଧମକ ଦେଉଛନ୍ତି ଆତଙ୍କବାଦୀ ସଙ୍ଗଠନ । ଏପରି ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ସାଂସଦ ।

ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କୁ ନିୟମିତ ଭାବେ ପାକିସ୍ତାନରୁ ଧମକପୂର୍ଣ୍ଣ କଲ୍ ଆସୁଛି ।ଏପରିକି ତାଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରାଯିବ ବୋଲି ଧମକ ମିଳୁଛି । ସେ ଏପରି ଦୁଇଟି ଫୋନ୍ କଲ୍ ପାଇଛନ୍ତି । ଏହାପଛରେ ପାକିସ୍ତାନର କିଛି ଆତଙ୍କବାଦୀ ସଙ୍ଗଠନର ହାତ ଥିବା କହିଛନ୍ତି ସଦର କୋଟଓ୍ୱାଲି ଥାନା ଅଧିକାରୀ ଦିନେଶ ଚନ୍ଦ୍ର ମିଶ୍ର ।

ସାକ୍ଷୀ ଏଫଆଇଆରରେ ଆହୁରି ଉଲ୍ଲେଖ କରିଛନ୍ତି ଯେଉଁମାନେ ତାଙ୍କୁ କଲ୍ କରୁଛନ୍ତି କାଶ୍ମୀରକୁ ନିଜର ବୋଲି ଦାବି କରୁଛନ୍ତି ।ଏପରିକି ରାମ ମନ୍ଦିରକୁ ନେଇ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ଫୋନ କଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ  ମଧ୍ୟ ଗାଳି କରାଯାଉଛି ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସାକ୍ଷୀ ମହାରାଜ ଥାନାରେ ଅଭିଯୋଗ କରିଛନ୍ତି । ଏଫଆଇଆର ରୁଜୁ କରାଯାଇଛି । ସାକ୍ଷୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

Comments (0)
Add Comment