ସାଉଦିକୁ ସମାଲୋଚନା କରି ବିପଦରେ ପାକିସ୍ତାନ

ଇସ୍ଲାମାବାଦ୍, ୧୨ ।୮: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିଜର ବନ୍ଧୁ ସାଉଦି ଆରବକୁ କ୍ରୋଧିତ କରିଛି । ଗତ କିଛି ଦିନ ମଧ୍ୟରେ ଅନେକ ଘଟଣା ସୂ·ଇ ଦେଉଛି ଯେ ଦୁଇ ଦେଶ ମଧ୍ୟରେ ସବୁକିଛି ଠିକ୍ ·ଲିନାହିଁ । ଗତ ସପ୍ତାହରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଖୋଲାଖୋଲି ଭାବେ ସାଉଦି ଆରବକୁ ସମାଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । କୁରେଶି ଚେତାବନୀ ଦେଇଛନ୍ତି ଯେ ସାଉଦି ଆରବ କାଶ୍ମୀର ଉପରେ ଇସଲାମିକ ସହଯୋଗ ସଂଗଠନର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଡାକିବାରେ ବିଳମ୍ବ କଲେ ଅନ୍ୟ ମୁସଲମାନ ଦେଶମାନଙ୍କ ସହ ପୃଥକ ବୈଠକ ଡାକିବାକୁ ପାକିସ୍ତାନ ବାଧ୍ୟ ହେବ । ଏହି ଆକ୍ରମଣାତ୍ମକ ବିବୃତ୍ତି ସହିତ କୁରେଶି ଅନେକ ବିପଦରେ ପଡ଼ିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁରେଶୀଙ୍କ ବିବୃତ୍ତି ପରେ ସାଉଦି ଆରବ ପାକିସ୍ତାନକୁ ଋଣ ଏବଂ କରଜରେ ତୈଳ ଦେବାର ସୁବିଧା ଶେଷ କରିଛି । ଗତ ସପ୍ତାହରେ ପାକିସ୍ତାନ ମଧ୍ୟ ସାଉଦି ଆରବର ୧ବିଲିୟନ ଡଲାର ଋଣ ପରିଶୋଧ କରିବାକୁ ବାଧ୍ୟ ହୋଇଥିଲା । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଋଣ ପରିଶୋଧ ଅବଧି ଶେଷ ହେବା ପୂର୍ବରୁ ମଧ୍ୟ ସାଉଦିକୁ ୧ ବିଲିୟନ ଡଲାରର ୠଣ ଫେରସ୍ତ କରିଛି । ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଲେଖିଛି ଯେ ଯଦି ଏହା ଚୀନ୍ର ସାହାଯ୍ୟ ପାଏ, ତେବେ ପାକିସ୍ତାନ ମଧ୍ୟ ସାଉଦିକୁ ୨ ବିଲିୟନ ଡଲାର ନଗଦ ଋଣ ପରିଶୋଧ କରିପାରିବ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ତାଙ୍କ ସାମ୍ବାଦିକ ସମ୍ମିଳନୀକୁ ସ୍ଥଗିତ ରଖିଛନ୍ତି । ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । କୁହାଯାଉଛି ଯେ କାଶ୍ମୀର ପ୍ରସଙ୍ଗରେ କୁରେଶୀଙ୍କ ବିବୃତ୍ତିରେ ସାଉଦି ଦୃଢ଼ ଆପତ୍ତ କରିଛି । ତେବେ ଦ୍ୱିତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀ ସ୍ଥଗିତ ରଖିବା ପରେ ସାମ୍ବାଦିକ ସମ୍ମିଳନୀ ସହିତ ଏହି ବିବାଦର ସମାଧାନ ହେବ ନାହିଁ ବୋଲି ଜଣାପଡିଛି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଆର୍ଏ ନ୍ୟୁଜ୍ର ଏକ ଟକ୍ ସୋରେ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି କହିଛନ୍ତି ଯେ ମୁଁ ପୁଣି ଥରେ ସମ୍ମାନର ସହ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି)କୁ କହିଛି ଯେ ବୈଦେଶିକ ମନ୍ତ୍ରୀଙ୍କ ବୈଠକ କିଛି କମ୍ ନୁହେଁ । ଯଦି ଆପଣ ଏହାକୁ ଡାକିନାହାଁନ୍ତି, ତେବେ ମୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁରୋଧ କରିବାକୁ ବାଧ୍ୟ ହେବି, କାଶ୍ମୀର ପ୍ରସଙ୍ଗରେ ଆମ ସହିତ ଠିଆ ହୋଇଥିବା ଇସଲାମୀୟ ଦେଶମାନଙ୍କ ସହିତ ଏକ ପୃଥକ ବୈଠକ ଡାକିବାକୁ । ମୁସଲିମ ଦେଶଗୁଡିକର ଓଆଇସି ହେଉଛି ସର୍ବ ବୃହତ ବିଶ୍ୱସ୍ତରୀୟ ପ୍ଲାଟଫର୍ମ । ଏହାର ୫୭ ସଦସ୍ୟ ଦେଶ ଅଛି । ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଶେଷ କରିବାକୁ ଭାରତର ନିଷ୍ପତ୍ତି ପରଠାରୁ ପାକିସ୍ତାନ ଓଆଇସି ସହ ବୈଠକ କରିବାକୁ ଦାବି କରିଆସୁଛି । କୁରେଶି କହିଛନ୍ତି ଯେ କାଶ୍ମୀର ଉପରେ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବିଫଳ ହୋଇଛି କାରଣ ସାଉଦି ଆରବ ପାକିସ୍ତାନର ଅନୁରୋଧକୁ ଗ୍ରହଣ କରିବାକୁ ନାରାଜ । ଓଆଇସିରେ କୌଣସି ପ୍ରସ୍ତାବ ପାସ୍ କରିବା ପାଇଁ ସାଉଦିର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସାଉଦି ଆରବ ଏହି ସଂଗଠନ ଉପରେ ପ୍ରାଧାନ୍ୟ ଦେଇଥାଏ । ତେବେ ସାଉଦି ଆରବ ସହିତ ଖରାପ ସମ୍ପର୍କ ପାଇଁ ପାକିସ୍ତାନକୁ ଅଧିକ ମୂଲ୍ୟ ଦେବାକୁ ପଡିପାରେ । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଫେବୃଆରୀ ୨୦୧୯ରେ ପାକିସ୍ତାନ ଗସ୍ତରେ ପ୍ରାୟ ୨୦ ବିଲିୟନ ଡଲାରର ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ବିଶ୍ଳେଷକମାନେ କହିଛନ୍ତି ଯେ ଯଦି ପାକିସ୍ତାନ ସାଉଦି ବିରୋଧରେ ନିଜର ବିରୋଧ ଜାରି ରଖେ ତେବେ ସମସ୍ତ ପୁଞ୍ଜି ବିନିଯୋଗ ବିପଦରେ ପଡ଼ିବ ।

Comments (0)
Add Comment