ବିହାରରେ ଲକଡାଉନ୍ ଅବଧି ସେପ୍ଟେମ୍ବର ୬କୁ ବୃଦ୍ଧି

ପାଟନା , ୧୭ ।୮: ବିହାରରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । କରୋନା ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ନୀତୀଶ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ଅନୁଯାୟୀ ଏବେ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଜାରି ରହିବ । ଏହାପୂର୍ବରୁ ଲକଡାଉନ୍ ଅବଧି ୧୬ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିହାରରେ ୧ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୪୬୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୨ ହଜାରରୁ ଅଧିକ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାରରୁ ଅଧିକ । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଲକ୍ଡାଉନ ଟିକେ କୋହଳ କରିଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ନୀତୀଶ ସରକାର ଅନେକ ପ୍ରତିବନ୍ଧକ ଜାରି କରିଛନ୍ତି । ରାତି ୧୦ ରୁ ୫ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ଜାରି ରହିବ । ରାଜ୍ୟର ସପିଂ ମଲ୍, ଧାର୍ମିକ ସ୍ଥାନ ଏପର୍ଯ୍ୟନ୍ତ ଖୋଲିବ ନାହିଁ । ରେଷ୍ଟୁରାଣ୍ଟକୁ କେବଳ ହୋମ୍ ଡେଲିଭେରୀ ପାଇଁ ଅନୁମତି ଦିଆଯାଇଛି । କେବଳ ୫୦ ପ୍ରତିଶତ କର୍ମ·ରୀ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଆସିବେ । ଜରୁରୀକାଳୀନ ସେବା ଖୋଲା ରହିବ । ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ରୋଷ୍ଟର ଅନୁଯାୟୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ନିର୍ମାଣ ସହିତ ଜଡିତ ସମସ୍ତ କାର୍ଯ୍ୟକଳାପ ·ଲିବ ।

Comments (0)
Add Comment