ରସାୟନ କାରଖାନାରେ ବିସ୍ଫୋରଣ

ପାଲଘର : ମହାରାଷ୍ଟ୍ର ପାଲଘରସ୍ଥିତ ଏକ ରସାୟନିକ କାରଖାନାରେ ସୋମବାର ସନ୍ଧ୍ୟାରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯାହାର କମ୍ପନ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ପାଲଘର ବୋଇସରର ତାରାପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ନଡୋଲିଆ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

Comments (0)
Add Comment