‘ପୁଅର ଆକାଉଣ୍ଟରୁ ଉଠା ଯାଇଛି କୋଟି କୋଟି ଟଙ୍କା’

ମୁମ୍ବାଇ ୧୮ ।୮: ସୋମବାର ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହଙ୍କ ବୟାନ ମଧ୍ୟ ଇଡି ରୁଜୁ କରଛି । ଇଡିକୁ ଦେଇଥିବା ବୟାନରେ ସେ ଦାବି କରିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ବେଆଇନଭାବେ ୧୫କୋଟି ଟଙ୍କା ବାହାର କରାଯାଇଥିଲା । ଇଡି ସୁଶାନ୍ତଙ୍କ ବାପାଙ୍କୁ ନିଜ ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ଦେବାକୁ କହିଛି । କେକେ ସିଂହ ଇଡିକୁ କହିଥିଲେ ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ଟଙ୍କା ଯାଇଛି ଯାହା ସହ ତାଙ୍କର ପୁଅଙ୍କ କୌଣସି ସମ୍ପର୍କ ନଥିଲାୟ ସୁଶାନ୍ତଙ୍କ ବାପା ଅନ୍ଦାଜା ଲଗାଇଛନ୍ତି ଯେ ଏହି ଆକାଉଣ୍ଟ ରିୟା ଏବଂ ତାଙ୍କ ପରିବାରର ହୋଇପାରେ । ଇଡି ଇଲେକ୍ଟୋନିକ୍ ଗ୍ୟାଜେଟସର ଫରେନ୍ସିକ ରିପୋର୍ଟର ଅପେକ୍ଷା କରିଛନ୍ତି ଯାହା ଦ୍ୱାରା ଯେଉଁ ସବୁ ମ୍ୟାସେଜ ଡିଲିଟ ହୋଇଛି ତାହାର ଡିଟେଲ ମିଳିବୟ ଏହା ସହିତ ଇଡିକୁ ହ୍ୱାଟସଆପ କଲର ଡିଟେଲ୍ ମଧ୍ୟ ମିଳିପାରିବ । ଅନ୍ୟପଟେ,ଇଡି ଏବେ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହଙ୍କ ବୟାନ ରୁଜୁ କରିବୟ ଏହା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ପଚରାଉଚୁରା ପାଇଁ ସମନ ପଠାଯିବ । ସୂଚନା ମିଳିଛି ଯେ ଇଡି ରିୟା ଚକ୍ରବର୍ତ୍ତୀଙ୍କ ଜବାବରେ ସନ୍ତୁଷ୍ଟ ହୋଇନାହିଁ ।

Comments (0)
Add Comment