ଧାରା ୩୭୦ ଉଚ୍ଛେଦର ବର୍ଷେ ପରେ ଜମ୍ମୁ-କଶ୍ମୀରରୁ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର ନିଷ୍ପତ୍ତି

ଶ୍ରୀନଗର: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଊର୍ଧ୍ବ ସୁରକ୍ଷା ବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ଓ ଗୋଟାଏ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପୂର୍ବରୁ ନିୟୋଜିତ ହୋଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆଦେଶରେ ଆହୁରି ବି ଜମ୍ମୁ କାଶ୍ମୀରରୁ ଖୁବ୍‌ ଶୀଘ୍ର ସିଏପିଏଫ୍‌ର ୧୦୦ଟି କମ୍ପାନିକୁ ପ୍ରତ୍ୟାହାର କରି ସେମାନଙ୍କୁ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରାଇ ନେବାକୁ କୁହାଯାଇଛି।

Comments (0)
Add Comment