ଗୁଜଜୁଲା ଶ୍ରୀନିବାସୁଲୁଙ୍କ ଘରୁ କୋଟି କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ଜବତ

ହାଇଦ୍ରାବାଦ୍: ତେଲୁଗୁ ଦେଶମ ପାର୍ଟିର କାର୍ଯ୍ୟକାଳ ମଧ୍ୟରେ ଏପିସିଓ (ଆନ୍ଧ୍ରପ୍ରଦେଶ ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି) ର ଅଧ୍ୟକ୍ଷ ଥିବା ଗୁଜଜୁଲା ଶ୍ରୀନିବାସୁଲୁଙ୍କ ଘରେ ସିଆଇଡି ଚଢ଼ାଉ କରିଛି । ଶ୍ରୀନିବାସୁଲୁଙ୍କ ଘରୁ ୩ କିଲୋଗ୍ରାମ ସୁନା ଏବଂ ହୀରା ଅଳଙ୍କାର ବ୍ୟତୀତ ପ୍ରାୟ ଏକ କୋଟି ଟଙ୍କା ନଗଦ ଆକାରରେ ମିଳିଥିଲା । ଏହି ସମୟରେ ସୁନାର ମୂଲ୍ୟ ମଧ୍ୟ ଦେଢ଼କୋଟି ପାଖାପାଖି ରହିଛି । ଅନିୟମିତତା ଅଭିଯୋଗରେ ଟିଡିପି ସରକାର ସମୟରେ ଆନ୍ଧ୍ରପ୍ରଦେଶରେ ଏପିସିଓର ଅଧ୍ୟକ୍ଷ ଥିବା ଗୁଜଜୁଲା ଶ୍ରୀନିବାସୁଲୁଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ ହୋଇଥିବାବେଳେ ସିଆଇଡି ଏହି ମାମଲାରେ ରେଡ୍ କରିଥିଲା । ଏଫଆଇଆରରେ ଅଭିଯୋଗ ହୋଇଛି ଯେ ପୂର୍ବତନ ଚେୟାରମ୍ୟାନ୍ ତଥା ଅନ୍ୟମାନେ ନକଲି ବୁଣାକାର ସମବାୟ ସମିତି ସହାୟତାରେ ସରକାରୀ ପାଣ୍ଠିକୁ ଅପବ୍ୟବହାର କରିଛନ୍ତିୟ ସେମାନେ ସ୍କୁଲ ପିଲା, ପୋଲିସ ଏବଂ ପରିମଳ କର୍ମ·ରୀଙ୍କୁ ହ୍ୟାଣ୍ଡଲୁମ୍ ବଦଳରେ ପଲିଷ୍ଟର ପୋଷାକ ଯୋଗାଉଥିଲେ

Comments (0)
Add Comment