ଚୀନକୁ ସାଉଦିର ବଡ଼ ଝଟକା

ସାଉଦି ଆରବ ଚୀନ୍କୁ ଏକ ବଡ଼ ଝଟକା ଦେଇଛି । ସାଉଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୧୦ ବିଲିୟନ ଡଲାରର ବିଶୋଧନ ଏବଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ ର୍ନିମାଣ ପାଇଁ ଚୀନ୍ ସହିତ ହୋଇଥିବା ଚୁକ୍ତିରୁ ଓହରି ଯାଇଛି । ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ତୈଳ ମୂଲ୍ୟ ହ୍ରାସ ହେତୁ ସାଉଦି କମ୍ପାନୀ ଚୀନ୍ ସହିତ ଚୁକ୍ତି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । କରୋନା ଜୀବାଣୁ ମହାମାରୀ ହେତୁ ସମଗ୍ର ବିଶ୍ୱରେ ତେଲର ବ୍ୟବହାର ହ୍ରାସ ପାଇଛି । କମ୍ ·ହିଦା ହେତୁ ତୈଳମୂଲ୍ୟ ବହୁତ ହ୍ରାସ ପାଇଥିବାର ଦେଖାଯାଏ । ସାଉଦି ପାଇଁ ଏହି ପରିସ୍ଥିତି ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ କାରଣ ଏହାର ଅର୍ଥନୀତି ମୁଖ୍ୟତଃ ତେଲ ଉପରେ ଆଧାରିତ ବିଶ୍ୱର ବୃହତ୍ତମ ତୈଳ ଉତ୍ପାଦନକାରୀ ଆରାମକୋ ମଧ୍ୟ ମହାରାଷ୍ଟ୍ରରେ ପ୍ରସ୍ତାବିତ ୪୪ ବିଲିୟନ ଡଲାରର ରତ୍ନାଗିରି ମେଗା ରିଫାଇନାରୀ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ଘୋଷଣା କରିଛି । ବିଶ୍ଳେଷକମାନେ ଆଶଙ୍କା କରୁଛନ୍ତି ଯେ କରୋନା ବିସ୍ଫୋରଣ ହେତୁ ତୈଳ ବ୍ୟବହାର ହ୍ରାସ ପାଇବାରେ ଲାଗିଛି ଏବଂ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି, ତେବେ ସାଉଦି ମଧ୍ୟ ଭାରତରେ ନିବେଶରୁ ଓହରି ଯାଇପାରେ ।

Comments (0)
Add Comment