ଦକ୍ଷିଣ ଚୀନ୍ ସାଗରର ନିମ୍ନଗାମୀ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଇଲା ଭିଏତନାମ

ନୂଆଦିଲ୍ଲୀ: ବିବାଦୀୟ ପାର୍ସଲ୍ ଦ୍ୱୀପପୁଞ୍ଜରେ ବେଜିଂର ଲଢୁଆ ବିମାନ ଏବଂ ବୋମାବର୍ଷୀ ବିମାନ ମୁତୟନ କରିବାରୁ ଦକ୍ଷିଣ ଚୀନ୍ ସାଗରରେ ନିମ୍ନଗାମୀ ହେଉଥିବା ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଭାରତସ୍ଥିତ ଭିଏତ୍ନାମର ରାଷ୍ଟ୍ରଦୂତ ଫାମ୍ ସାନ୍ ·ଉ ଭାରତର ବେଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲାଙ୍କୁ ସଂକ୍ଷିପ୍ତଭାବେ ଅବଗତ କରାଇଛନ୍ତି । କୂଟନେତିକସୂତ୍ର ଏହାକୁ ସେଜନ୍ୟମୂଳକ ସାକ୍ଷାତ କହୁଥିଲେ ବି ଏହି ବୈଠକରେ ରାଷ୍ଟ୍ରଦୂତ ଶ୍ରୀଙ୍ଗଲାଙ୍କୁ ଦକ୍ଷିଣ ଚୀନ୍ ସାଗରରେ ସଦ୍ୟତମ ହିଂସାତ୍ମକ ପରିସ୍ଥିତିରେ ଭିଏ˜ାମର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ଏହାଛଡ଼ା ସେ କହିଥିଲେ ଯେ, ଭାରତ ସହ ଦୃ ଓ ବ୍ୟାପକ ସାମରିକ ସହଯୋଗ ରଖିବାକୁ ତାଙ୍କ ଦେଶ ଦୃଢ଼ ୃପରିକର । ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ସାମରିକ କାର୍ଯ୍ୟକଳାପ ଦମନ କରିବାକୁ ପିପୁଲ୍ସ୍ ଲିବରେସନ୍ ଆର୍ମିକୁ ସହଯୋଗ କରିବାକୁ ଚୀନ୍ ଏ ମାସ ପ୍ରାରମ୍ଭରେ “ପାର୍ସଲ୍ ଦ୍ୱୀପପୁଞ୍ଜ’ର ସବୁଠୁ ବଡ଼ “ଉଡି ଦ୍ୱୀପ’ରେ ଏଚ୍-୬ଜେ ବୋମାବର୍ଷୀ ବିମାନ ମୁତୟନ କରିଥିବା କଥା ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ “ଗ୍ଲୋବାଲ୍ ଟାଇମ୍ସ୍’ କହିଛି । “ପାର୍ସଲ୍ ଦ୍ୱୀପ’କୁ ନିଜର ବୋଲି ଦାବି କରୁଥିବା ଭିଏତ୍ନାମ ମଧ୍ୟ ଚୀନ୍ର ପଦକ୍ଷେପ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଏଥିଯୋଗୁଁ ଯେ କେବଳ ତା’ର ସାର୍ବଭୌମତ୍ୱ ଉଲ୍ଲଂଘନ ହୋଇଛି ତା’ନୁହେଁ, ସମ୍ପୃକ୍ତ ଅଞ୍ଚଳର ପରିସ୍ଥିତି ମଧ୍ୟ ବିପଦଗ୍ରସ୍ତ ହୋଇଛି । ଦୁଇ ଦେଶର ସରକାରୀ ଅଧିକାରୀ ସାମ୍ପ୍ରତିକ ସମୟରେ ଚୀନ୍ର ବି ·ଲିଥିବା ଔଦ୍ଧତ୍ୟ ବିଷୟରେ ଆଲୋଚନା କରିଥିଲେ ।

Comments (0)
Add Comment