ଆଲୋଚନା ବିଫଳ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରସ୍ତୁତ : ବିପିନ୍ ରାୱତ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ସୋମବାର ଏକ ବଡ ବିବୃତ୍ତିରେ କହିଛନ୍ତି ଯେ ଲଦାଖରେ ଚୀନ୍ ସେନାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । ଯଦି ବୁଝାମଣା ବିଫଳ ହୁଏ ତେବେ ସାମରିକ ବିକଳ୍ପ ବିଦ୍ୟମାନ । ସିଡିଏସ୍ ରାୱତ କହିଛନ୍ତି ଯେ ବାର୍ତ୍ତାଳାପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି । ତେବେ ପୂର୍ବ ଲଦାଖର ସେନା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ ଦର୍ଶାଇଛନ୍ତି । ଜେନେରାଲ ରାୱତ କହିଛନ୍ତି, ସରକାର ଏହି ମାମଲାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ·ହୁଁଛନ୍ତି । ପ୍ରତିରକ୍ଷା ସେବାର କାର୍ଯ୍ୟ ହେଉଛି ଅନୁପ୍ରପେଶ ଉପରେ ନଜର ରଖିବା ଏବଂ ଏହାକୁ ରୋକିବା । ଯଦି ପ୍ରକୃତ ନିୟନ୍ତ୍ରଣ ରେଖାର ପୂର୍ବ ସ୍ଥିତିକୁ ଫେରାଇ ଆଣିବାର ଉଦ୍ୟମ ସଫଳ ହୁଏ ନାହିଁ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ବିକଳ୍ପ ଏହାକୁ ମଧ୍ୟ ବି·ର କରାଯିବ । ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୂର୍ବପରି ଲଦାଖକୁ ଫେରିବା ପାଇଁ ସମସ୍ତ ବିକଳ୍ପ ଉପରେ ବି·ର କରୁଛନ୍ତି । ବାସ୍ତବରେ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ନିଜ ପଛକୁ ହଟିବାକୁ ଚାହୁଁନାହିଁ । ·ଇନା ଏପର୍ଯ୍ୟନ୍ତ ପୋଙ୍ଗ୍ୟାଙ୍ଗରୁ ପଛକୁ ଫେରିନାହିଁ । ଚୀନ୍ ସୈନ୍ୟ ଫିଙ୍ଗର -୫ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ସିଡିଏସ୍ ବିପିନ ରାୱତଙ୍କ ଏହି ବିବୃତ୍ତି ଚୀନ୍ ପାଇଁ ଏକ ଦଢ଼ ବାତ୍ତା ଅଟେ । ଭାରତ ଏବଂ ଚୀନ୍ ମଧ୍ୟରେ ଏ ଏପର୍ଯ୍ୟନ୍ତ ଟି କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି । କିନ୍ତୁ ଚୀନ୍ ତା’ର ସେନାକୁ ଏ ପର୍ଯ୍ୟନ୍ତ ପଛକୁ ହଟାଉନାହିଁ ।

Comments (0)
Add Comment