ଟୟୋଟା କିଲୋସ୍କର ପକ୍ଷରୁ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରର ବୁକିଂ ଆରମ୍ଭ

ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ କମ୍ପାକ୍ଟ ଏସ୍ୟୁଭି ସେଗେମେଂଟ ଅ”ର୍ଗତ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ୨୦୨୦ ଅଗଷ୍ଟ ୨୨ ତାରିଖରୁ ବୁକିଂ ଆରମ୍ଭ କରାଯିବ । ଏହା ଯୁବବର୍ଗଙ୍କ ପସନ୍ଦଯୋଗ୍ୟ ହେବାର ଆଶା ରହିଛି । ଏହି ଏସ୍ୟୁଭିରେ ୪ ସିଲିଣ୍ଡର ବିଶିଷ୍ଟ ଶକ୍ତିଶାଳୀ କେ-ସିରିଜ୍ ୧.୫ ଲିଟର ଇିନ୍ ରହିଛି । ଏହା ଉଭୟ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନରେ ଉପଲବ୍ଧ ହେଉଛି । ଅଟୋମେଟିକ୍ ଟ୍ରାନ୍ସ୍ମିଶନରେ ଲିଥିୟମ୍ -ଆୟନ ବ୍ୟାଟେରୀ ସହିତ ଫୁଏଲ୍ ଇଫିନିଏନ୍ସି ପାଇଁ ଆଇଏସ୍ଜି ବୈଶିଷ୍ଟ୍ୟ ରହିଛି । ଏଥିରେ ଡିଷ୍ଟିଂକ୍ଟ ଆଣ୍ଡ୍ ଡାଇନାମିକ୍ ବୋଲ୍ଡ ଗ୍ରିଲ୍ ରହିଛି । ଏହା ସହିତ ବୋଲ୍ଡ ଟ୍ରାପିଜୋଡ଼ିଆଲ୍ ଫଗ୍ ଲ୍ୟାମ୍ପ୍, ଡୁଆଲ୍ ଟୋନ୍ ଡାର୍କ ବ୍ରାଉନ୍ ପ୍ରିମିୟମ୍ ଇଂଟରିୟର, ଡୁଆଲ୍ ଚ୍ୟାମ୍ବର ଏଲଇଡ଼ି ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ୍ ସହିତ ଡୁଆଲ୍ ଫଙ୍କଶନ୍ ଏଲଇଡି ଡିଆର୍ଏଲ୍- କମ୍-ଇଣ୍ଡିକେଟର ଏବଂ ଇଲୋକ୍ଟ୍ରୋକ୍ରୋମିକ୍ ଆଇଆର୍ଭିଏମ୍, ରେନ୍ ସେନ୍ସିଂ ୱିପର, କ୍ରୁଇଜ୍ କଂଟ୍ରୋଲ, ୧୬ ଇଂଚ୍ ଡାଇମଣ୍ଡ୍ କଟ୍ ଆଲଏ ହ୍ୱିଲ୍ , ସ୍ମାର୍ଟ ପ୍ଲେକାଷ୍ଟ ଟଚ୍ ସ୍କ୍ରିନ୍ ଅଡ଼ିଓ, ଆଣ୍ଡ୍ରଏଡ୍ ଅଟୋ/ ଆପଲ କାର୍ ପ୍ଲେ, ସ୍ମାର୍ଟଫୋନ୍ ବେସଡ୍ ନାଭିଗେଶନ, ପୁଶ୍ ଷ୍ଟାର୍ଟ. ଷ୍ଟପ୍ ବଟନ, ଅଟୋ ଏସି ଆଦି ବୈଶିଷ୍ଟ୍ୟ ରହିଛି । ଏହାର ବୁକିଂ ୧୧,୦୦୦ଟଙ୍କା ପୈଠ କରି କରାଯାଇ ପାରିବ । ଉଭୟ ଅନ୍ ଲାଇନ୍ରେ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଗ୍ଧକ୍ଟଚ୍ଚକ୍ଟଗ୍ଧବଭଷବକ୍ସବଗ୍ଧ.ମକ୍ଟଜ୍ଞ ରେ ଏବଂ ନିକଟସ୍ଥ ଟୟୋଟା ଡିଲରଶିପ୍ରେ ଏହାର ବୁକିଂ କରାଯାଇ ପାରିବ । ଏହା ଉପରେ ୩ ବର୍ଷ/୧୦୦ କେ କିମିର ୱାରେଂଟି ପ୍ରଦାନ କରାଯିବ । ଏହା ସହିତ ଇଏମ୍-୬୦ବର୍ଦ୍ଧିତ ସୁବିଧା ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ହ୍ୱାଟସ୍ ଆପ୍ କମ୍ୟୁନିକେଶନ ସର୍ଭିସ୍ ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ସେଲସ୍ ଆଣ୍ଡ୍ ସର୍ଭିସ୍ ବରିଷ୍ଠ ଉପସଭାପତି ନବୀନ ସୋନୀ କହିଲେ, ଟୟୋଟା ଅର୍ବାନ୍ କ୍ରୁଏଜରର ବଜାର ପ୍ରବେଶ ପାର୍ବଣ ଋତୁରେ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଅନନ୍ୟ ଗଠନଶୈଳୀ ତଥା ବିଳାସପୂର୍ଣ୍ଣ ଡିଜାଇନିଂ ଯୋଗୁ ଏହା ଏକ ଉଚ୍ଚକୋଟୀର ଉତ୍ପାଦ ସାବ୍ୟସ୍ତ ହେବାର ଆଶା ରହିଛି । ଇତିମଧ୍ୟରେ ବହୁ ଗ୍ରାହକ ଏହା ସମ୍ପର୍କରେ ଜାଣିବାର ପ୍ରୟାସ ଜାରି ରଖିଛ”ି । ଏଥିରୁ ସ୍ୱତଃ ପ୍ରତିପାଦିତ ହେଉଛି ଯେ, ଗ୍ରାହକ ଟୟୋଟାର ଯାନ ବିଷୟରେ ଜାଣିବାକୁ ଚାହୁଁଛ”ି । ଆମର ନୂଆ ଉତ୍ପାଦ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିବ । ଏହାର ଅନନ୍ୟ ଜ୍ଞାନକୌଶଳ ଦ୍ୱାରା ଗ୍ରାହକ ବେଶ୍ ପ୍ରଭାବିତ ହୋଇପାରିବେ । ଏହା ସହିତ ଟୟୋଟାର ବିଶ୍ୱସ୍ତରୀୟ ବିକ୍ରି ପରବର୍ତୀ ସେବା ମଧ୍ୟ ଗ୍ରାହକ ସ”ୁଷ୍ଟିକୁ ରୁଦ୍ଧିମ” କରାଇବ । ବୁକିଂ ପୂର୍ବରୁ ଗ୍ରାହକ ଏହି ଯାନ ବିଷୟରେ ସମସ୍ତ ତଥ୍ୟ ହାସଲ କରିବା ଉଦ୍ୟମ କରୁଛ”ି । ଏଥିରେ ଅର୍ବାନ ଷ୍ଟାଣ୍ଡ୍ ଆଉଟ୍ ଆପିଲ ରହିଛି । ଏହା ଟ୍ରାଭେଲ୍ ଇନ୍ ଷ୍ଟାଇଲ୍ କରିବାକୁ ଚାହୁଁଥିବା ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ । ଏହାଦ୍ୱାରା ଗ୍ରାହକ ଆମର ଗ୍ଲୋବାଲ ଷ୍ଟାଣ୍ଡାର୍ଡ ସେଲସ୍ ଏବଂ ଆଫ୍ଟର ସେଲ୍ ସର୍ଭିସ୍ର ଅଭିଜ୍ଞତା ହାସଲ କରିପାରିବେ ।

Comments (0)
Add Comment