ଭୁବନେଶ୍ୱର: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଭାରତରେ ଆଗାମୀ ପାର୍ବଣ ଋତୁ ପାଇଁ ନୋକିଆର ୪ଟି ନୂତନ ଫୋନ୍ ଯଥା ନୋକିଆ ସି୩, ନୋକିଆ ୫.୩, ନୋକିଆ ୧୨୫ ଏବଂ ନୋକିଆ ୧୫୦ର ଶୂଭାରମ୍ଭ କରାଯାଇଛି । ବିଶ୍ୱବ୍ୟାପୀ ଶୂଭାରମ୍ଭ ହୋଇଥିବା ନୋକିଆ ସି୩, ନୋକିଆ ସି ସିରିଜ୍ ପରିବାରରେ ସାମିଲ ହୋଇଛି ଏବଂ ଏହା ଏକ ବୃହତ୍ ସ୍କ୍ରିନ୍, ଦୀର୍ଘସ୍ଥାୟୀ ବ୍ୟାଟେରୀ, ଏକ ଉଚ୍ଚମାନର କ୍ୟାମେରା , ଆଣ୍ଡ୍ରଏଡ୍ ୧୦ ଅଭିଜ୍ଞତା ଓ ପ୍ରଶଂସକମାନେ ନିର୍ଭର କରିପାରୁଥିବା ଏକ ସ୍ଥାୟୀ ଡିଜାଇନ୍କୁ ଏକ ଅଲ୍ଟ୍ରା-ଆକ୍ସେସିବୁଲ ମୂଲ୍ୟରେ ପ୍ରଦାନ କରୁଛି । ଏଥିରେ ଏକ ଫିଙ୍ଗରପ୍ରିଂଟ୍ ସେନ୍ସର ଓ ଏକ ବର୍ଷର ରିପ୍ଲେସ୍ମେଂଟ୍ ଗ୍ୟାରେଂଟି ମଧ୍ୟ ରହିଛି । ସେହିଭଳି ଭାରତରେ ଶୁଭାରମ୍ଭ ହୋଇଥିବା ନୋକିଆ ୫.୩ ସ୍ମାର୍ଟଫୋନ୍ ନିଜର ପ୍ରଭାବଶାଳୀ ପ୍ରଦର୍ଶନ, ଏକ ବହୁମୂଖୀ କ୍ୱାଡକ୍ୟାମେରା, ଏକ ବୃହତ୍ ୬.୫ ଇଂଚ୍ (୧୬.୬ ସେମି) ସ୍କ୍ରିନ୍ ଓ ସିଗ୍ନେଚର ଦୁଇ-ଦିନର ବ୍ୟାଟେରୀ ଲାଇଫ୍ରେ ବ୍ୟବସ୍ଥିତ ହୋଇଆସିଛି । ଏଥିସହିତ ଭାରତରେ ନୋକିଆ ୧୨୫ ଓ ନୋକିଆ ୧୫୦ ଫିଚର ଫୋନ୍ ମଧ୍ୟ ଶୁଭାରମ୍ଭ ହୋଇଛି ଯାହାକି ଦୈନନ୍ଦିନ ବ୍ୟବହାର ପାଇଁ ନିର୍ମିତ ହୋଇଛି । ଏକ ବ୍ରାଣ୍ଡ-ନ୍ୟୁ ଫର୍ମ ଫ୍ୟାକ୍ଟର ସହିତ ଏର୍ଗୋନୋମିକାଲି ଡିଜାଇନ୍ ହୋଇଥିବା ଫିଚର ଫୋନ୍ ନୋକିଆ ୧୨୫ ଓ ନୋକିଆ ୧୫୦ ନୂତନ ସ୍ତରର ସହଜତା, ଦୀର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ଓ ବହୁ ସମୟର ମନୋରନ ନେଇଆସିଛି ।
ଏହା ସମ୍ପର୍କରେ ଜୁହୋ ସର୍ବିକାଶ, ମୁଖ୍ୟ ଉତ୍ପାଦ ଅଧିକାରୀ, ଏଚ୍ଏମ୍ଡି ଗ୍ଲୋବାଲ କହିଛ୍ନତି ଯେ, “ଭାରତରେ ଆମର ନୋକିଆ ସି୩, ନୋକିଆ ୫.୩, ନୋକିଆ ୧୨୫ ଓ ନୋକିଆ ୧୫୦ର ଲଂଚ୍ ହେଉଛି ଆଗାମୀ ପାର୍ବଣ ଋତୁ ପାଇଁ ଏହି ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ସଦୃଶ ।” ସେହିଭଳି ସନ୍ମିତ୍ ସିଂହ, ଉପାଧ୍ୟକ୍ଷ, ଏଚ୍ଏମ୍ଡି ଗ୍ଲୋବାଲ କହିଛ”ି ଯେ, “ଭାରତ ନୋକିଆ ଫୋନ୍ଗୁଡିକୁ ବିଶ୍ୱାସ କରିଆସୁଛି ଏବଂ ମୁଁ ନିଶ୍ଚିତ ଯେ, ଏହି ନୂତନ ରେ ସହିତ ଆମର ପ୍ରଶଂସକମାନେ ଏହାମଧ୍ୟରୁ ଗୋଟିଏ କିଣିବାକୁ ଓ ନିଜ ପ୍ରିୟଜନଙ୍କୁ ଗିଫ୍ଟ କରିବାକୁ ପସନ୍ଦ କରିବେ ।” ଡୁଆଲ ସିମ୍ ନୋକିଆ ସି୩ ଭାରତରେ ଶୀର୍ଷ ମୋବାଇଲ ରିଟେଲର ଗୁଡିକରେ ଏବଂ ନୋକିଆ ଡଟ୍ କମ୍/ଫୋନ୍ସରେ ନର୍ଡିକ୍ ବ୍ଲୁକ୍ ଓ ସ୍ୟାଣ୍ଡ କଲର୍ ବିକଳ୍ପରେ ଏବଂ ୨ଜିବି/୧୬ଜିବି ଓ ୩ଜିବି/୩୨ଜିବି ଭାରିଆଂଟ୍ରେ ଯଥାକ୍ରମେ ୭୪୯୯ ଓ ୮୯୯୯ ଟଙ୍କାରେ ଉପଲବ୍ଧ ହେବ । ଏହାର ସେଲ୍ ଆସ”ା ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ସେହିପରି ପ୍ରଶଂସକମାନେ ସେପ୍ଟେମ୍ବର ୧୦ ତାରିଖରୁ ନୋକିଆ ସି୩ ପାଇଁ ନୋକିଆ ଡଟ୍ କମ୍/ଫୋନ୍ସରେ ପ୍ରି-ବୁକିଙ୍ଗ୍ କରିପାରିବେ । ଡୁଆଲ ସିମ୍ ନୋକିଆ ୫.୩ ଅନ୍ଲାଇନ୍ରେ ଆମାଜନ୍ ଡଟ୍ ଇନ୍ ଓ ନୋକିଆ ଡଟ୍ କମ୍/ଫୋନ୍ରେ ସିଆନ୍, ସ୍ୟାଣ୍ଡ ଓ ଚାର୍କୋଲ୍ ରଙ୍ଗରୋ ୪ଜିବି/୬୪ଜିବି ଓ ୬ଜିବି/୬୪ଜିବି ରାମ/ରମ୍ ଭାରିଆଂଟ୍ରେ ଯଥାକ୍ରମେ ୧୩,୯୯୯ ଟଙ୍କା ଓ ୧୫୫,୪୯୯ ଟଙ୍କାରେ ଉପଲବ୍ଧ ହେବ । ଏହାର ସେଲ୍ ଆସ”ା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ । ୨୪ ଅଗଷ୍ଟରୁ ପ୍ରଶଂସକମାନେ ନୋକିଆ ଡଟ୍ କମ୍/ଫୋନ୍ସ କିମ୍ବା ଆମାଜନ୍ ଡଟ୍ ଇନ୍ରେ ନୋଟିଫାଏ-ମିରେ ନୋକିଆ ୫.୩ର ପ୍ରିବୁକିଙ୍ଗ୍ କରିପାରିବେ । ଡୁଆଲ ସିମ୍ ନୋକିଆ ୧୫୦ ଦେଶର ପ୍ରମୁଖ ମୋବାଇଲ ରିଟେଲର୍ ଏବଂ ନୋକିଆ ଡଟ୍ କମ୍/ଫୋନ୍ସ୍ରେ ରେଡ୍, ସିଆନ୍ ଓ ବ୍ଲାକ୍ ରଙ୍ଗରେ ୨୨୯୯ ଟଙ୍କାର ସର୍ବୋତମ ମୂଲ୍ୟରେ ଉପଲବ୍ଧ ହେଉଛି । ଡୁଆଲ ସିମ୍ ନୋକିଆ ୧୨୫ ଦେଶର ପ୍ରମୁଖ ରିଟେଲର ଓ ନୋକିଆ ଡଟ୍ କମ୍/ଫୋନ୍ସରେ ଚାର୍କୋଲ ବ୍ଲାକ୍ ଓ ପାଉଡର ହ୍ୱାଇଟ୍ ରଙ୍ଗ ବିକଳ୍ପରେ ୧୯୯୯ ଟଙ୍କାର ସର୍ବୋତମ ମୂଲ୍ୟରେ ଉପଲବ୍ଧ ହେଉଛି । ଉଭୟ ନୋକିଆ ୧୨୫ ଏବଂ ନୋକିଆ ୧୫୦ର ସେଲ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହୋଇଯାଉଛି ।