୧ ମାସ ପୂର୍ବରୁ ନିର୍ମିତ ସେତୁ ଧୋଇଗଲା

ଭୋପାଳ : ପ୍ରବଳ ବର୍ଷା ପରେ ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶର ସିବନିରେ ପ୍ରବଳ ବର୍ଷା ଯୋଗୁଁ ଏକ ମାସ ପୂର୍ବରୁ ର୍ନିମିତ ଏକ ସେତୁ ଧୋଇ ହୋଇଯାଇଛି । ଏହି ସେତୁ ୩୦ ଜୁନ୍ ୨୦୨୦ରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ରବିବାର ଦିନ ଭାଙ୍ଗିଯାଇଛି । ସିବନିରେ ନିର୍ମିତ ଏହି ସେତୁର ଲମ୍ବ ପ୍ରାୟ ୧୫୦ ମିଟର ଏବଂ ଉଚ୍ଚତା ୯ ମିଟର ଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ୩.୧୨ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ସେତୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗତ ତିନି ଦିନ ଧରି ଲଗାତାର ବର୍ଷା ହେବା ପରେ ଭୀମଗଡ ଡ୍ୟାମର ସମସ୍ତ ୧୦ ଟି ଫାଟକ ଖୋଲା ଯାଇଥିଲା ଏବଂ ଜଳ ପ୍ରବାହ ଏତେ ଶକ୍ତିିଶାଳୀ ଥିଲା ଯେ ଏହି ବ୍ରିଜ ଦେଇ ଜଳ ପ୍ରାୟ ଦଶ ଫୁଟ ଉଚ୍ଚରେ ଯାଉଥିଲା ଯଦ୍ୱାରା ସେତୁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Comments (0)
Add Comment