୧୨ଘଣ୍ଟାର ଗୁଳି ବିନିମୟରେ ୩ ଆତଙ୍କୀ ମୃତ

ଜାମ୍ମୁ, ୫ ।୯ : ଶୁକ୍ରବାର ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ପଟ୍ଟନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀର ମୃତ୍ୟୁ ଘଟିଛି ଏବଂ ଜଣେ ସେନା ଅଧିକାରୀଙ୍କ ସମେତ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏହି ଗୁଳିବିନିମୟ ପ୍ରାୟ ୧୨ ଘଣ୍ଟା ଧରି ·ଲିଥିଲା । ଜମ୍ମୁ-କଶ୍ମୀର ପୋଲିସ ଏବଂ ଭାରତୀୟ ସେନା ମିଳିତ ବିବୃତ୍ତିରେ କହିଛନ୍ତି, ଆତଙ୍କବାଦୀମାନେ ୧୨ ଜଣ ସାଧାରଣ ନାଗରିକଙ୍କୁ ବନ୍ଧକ ଭାବରେ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ଥିଲା । ହିଜବୁଲ ମୁଜାହିଦ୍ଦିନ ଉତ୍ତର କାଶ୍ମୀରରେ ନିଜର ସ୍ଥିତିକୁ ଦୃଢ଼ କରିବାକୁ ଚେଷ୍ଟା କରୁଛି । ଉତ୍ତର କାଶ୍ମୀର ପରିସରର ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ମହମ୍ମଦ ସୁଲେମାନ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲୁ ଏବଂ ଜିଲ୍ଲା ପୋଲିସ୍ ବାରାମୁଲ୍ଲା, ୨୯ ସେନା ଏବଂ ୧୭୬ ସିଆର୍ପିଏଫ୍ ସ୍ଥାନୀୟ ୟୁନିଟ୍ ମିଳିତ ଟିମ୍ ଏକ କର୍ଡନ ଏବଂ ଖୋଜାଖୋଜି କରିଥିଲେ । ଆମ ପାଖରେ ସୂଚନା ଥିଲା ଯେ ଆତଙ୍କବାଦୀମାନେ ଆବାସିକ କମ୍ପେ୍ଲକ୍ସ ଭିତରେ ଲୁଚି ରହିଥିଲେ । ଯେତେବେଳେ ଆମେ ଏହା ଆଡ଼କୁ ଆସୁଥିଲୁ, ଆତଙ୍କବାଦୀମାନେ ବିଲ୍ଡିଂ ଭିତରେ ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ କିଛି ସାଧାରଣ ନାଗରିକଙ୍କୁ ବନ୍ଧକ ଭାବରେ ନେଇଥିଲେ । ଆମର ପ୍ରଥମ ପ୍ରାଥମିକତା ଥିଲା ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା । ବନ୍ଧକମାନଙ୍କୁ ଉଦ୍ଧାର କରାଯିବା ପରେ ଏହି ଏନକାଉଣ୍ଟର କରାଯାଇଥିଲା । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣ ସ୍ଥାନୀୟ ଲୋକ ବୋଲି ଜଣା ପଡିଛ ।

Comments (0)
Add Comment