ଡି-ବ୍ରଦର୍ସ ନାଁ ନେଇ ବଟି ଆଦାୟ; ୨ ଗିରଫ

Money Extortion In The Name of D-brothers; 2 Arrested

କଟକ, : ଜେଲରେ ଧଳସାମନ୍ତ ଭ୍ରାତା । କିନ୍ତୁ ଏବେବି ଲୋକଙ୍କ ମନରେ ରହିଛି ଧଳସାମନ୍ତ ଭ୍ରାତାଙ୍କ ଭୟ । ଆଉ ଏହି ଭୟର ଫାଇଦା ଉଠାଉଛନ୍ତି କିଛି ଯୁବକ । କଟକରେ ପୁଣି ଧଳସାମନ୍ତ ଭ୍ରାତାଙ୍କ ନାଁରେ ଦାଦା ବଟି ଆଦାୟ । “ଧଳସାମନ୍ତ ଗ୍ୟାଙ୍ଗରୁ କହୁଛି’ ଫୋନରେ ଏତିକି ହିଁ କାଫି ଲୋକଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା କାଢିବା ପାଇଁ । ଧଳସାମନ୍ତ ଭ୍ରାତାଙ୍କ ଭୟ ଦେଖାଇ କଟକ, ଭୁବନେଶ୍ୱର ଓ ଜଗତସିଂହପୁର ଅଞ୍ଚଳରେ ଦାଦା ବଟି ଆଦାୟ କରୁଥିବା ଦୁଇ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍ ପୋଲିସ । ସେପଟେ ଅଭାବରେ ପଡ଼ି ସ୍ୱାଭାବ ହେଇଥିବା କଥା କହିଛନ୍ତି ଦୁଇ ଅଭିଯୁକ୍ତ । ଏହାସହ ଧଳସାମନ୍ତ ଭ୍ରାତାଙ୍କ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିବା ଅଭିଯୁକ୍ତ କହିଛନ୍ତି । ସୂଚନାଯୋଗ୍ୟ ଯେ, ଜେଲରେ ଥିବା ଧଳସାମନ୍ତ ଭ୍ରାତାଙ୍କ ନାଁ କହି ଦୁଇ ଜଣ ଯୁବକ କଟକ, ଭୁବନେଶ୍ୱର ଓ ଜଗତସିଂହପୁର ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାରୁ ବଟି ଆଦାୟ କରୁଥିଲେ ଦୁଇ ଯୁବକ । ଗଣ୍ଡରପୁର ଅଞ୍ଚଳର ଜଣେ ଯୁବକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ ଏହି ଦୁଇ ଯୁବକ । ଧଳସାମନ୍ତ ଭ୍ରାତାଙ୍କ “କଟକ ନଗର ଯୁବକ ସଙ୍ଘ’ ନାଁରେ ବଟି ମାଗିବା ସହ ଟଙ୍କା ନଦେଲେ ତାଙ୍କୁ ଓ ତାଙ୍କ ପୁଅକୁ ଗୁଳିକରି ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ଏ ସମ୍ପର୍କରେ •ଉଳିଆଗଞ୍ଜ ଥାନାରେ ଏତଲା ହେବା ପରେ ପ୍ରାୟ ୬ ମାସ ଅନୁସନ୍ଧାନ ପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଢେଙ୍କାନାଳର ଦିଲ୍ଲୀପ ଦାସ ଓ ଜଗତସିଂହପୁରର କମଳାକାନ୍ତ ବାରିକ । ତେବେ ଅଭିଯୁକ୍ତମାନଙ୍କ କହିବା ଅନୁସାରେ ଅଭାବରୁ ସେମାନଙ୍କ ସ୍ୱଭାବ ନଷ୍ଟ ହୋଇଯାଇଥିଲା । ତେଣୁ ଧଳସାମନ୍ତ ଭଳି ଗ୍ୟାଙ୍ଗଷ୍ଟରଙ୍କ ନାଁ ବ୍ୟବହାର କରି ଅଳ୍ପ ସମୟ ଭିତରେ ଅଧିକ ରୋଜଗାର ପନ୍ଥା ବାହାର କରିଥିଲେ ଦୁଇ ଅଭିଯୁକ୍ତ । ଅଭିଯୁକ୍ତଙ୍କଠାରୁ ପୋଲିସ ୯୨ହଜାର ଟଙ୍କା, ୫ଟି ମୋବାଇଲ ଓ ଦୁଇଟି ଚୋରା ବାଇକ୍ ପୋଲିସ ଜବତ କରିଛି ।

Comments (0)
Add Comment