କଙ୍ଗନା ରନାୱତଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ୍ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବା ଓ ଏକ ସତ୍ୟପାଠ ଦାଖଲ କରିବା ଲାଗି ବ୍ରିହାନ୍ମୁମ୍ବାଇ ମହାନଗର ନିଗମ (ବିଏମସି)କୁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ “ବିଏମ୍ସି କର୍ମ·ରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ କାର୍ଯ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିବା ମାତ୍ରେ ଓକିଲଙ୍କ ମାଧ୍ୟମରେ ସେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ । ଦିନ ୧୨.୫୦ ପରେ ବି·ରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ । ସେତେବେଳକୁ ବିଏମ୍ସି ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା । ଗଣମାଧ୍ୟମକୁ ଜଣେ ବରିଷ୍ଠ ବିଏମ୍ସି ଅଧିକାରୀ କହିଛନ୍ତି ଯେ ନୋଟିସ୍ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ । କିନ୍ତୁ ସେ ଉତ୍ତର ଦେଲେନାହିଁ । ଏହାବାଦ୍ କଙ୍ଗନା ରାଣାୱାତଙ୍କ କାର୍ଯ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ର୍ନିମାଣ ହୋଇଛି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Comments (0)
Add Comment