ଡ୍ରଗ୍ସ ଲିଙ୍କ୍ ମାମଲା, ଖୁବଶୀଘ୍ର ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତ ସିଂ, ସିମୋନ ଖମ୍ବାଟା, ରୋହିନୀ ଆୟାର ଓ ମୁକେଶ ଛାବ୍ରାଙ୍କୁ ପଚାରିବ ଏନସିବି

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କ୍ ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କ ତଥ୍ୟ ଅନୁଯାୟୀ ଅଭିନେତ୍ରୀ ସାରା ଅଲି ଖାନ ଏବଂ ରାକୁଲ ପ୍ରୀତ ସିଂ, ଡିଜାଇନର୍ ସିମୋନ ଖମ୍ବଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିନୀ ଆୟାର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଇପାରେ । ରିୟା ଚକ୍ରବର୍ତ୍ତୀ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଗରେ ସ୍ୱୀକାର କରିଛନ୍ତି ଯେ ଏହି ୫ଜଣ ବଲିଉଡ ସେଲିବ୍ରେଟ୍ ବଲିଉଡ ପାର୍ଟିରେ ନିଶା ଦ୍ରବ୍ୟ ସେବନ କରୁଥିଲେ । ଏହା ପୂର୍ବରୁ କୁହାଯାଇଥିଲା ଯେ ଏନସିବି ଡ୍ରଗ୍ସ ଅନୁସନ୍ଧାନରେ ୨୫ ଜଣ ବଲିଉଡ ତାରକାଙ୍କୁ ଖୁବ୍ଶୀଘ୍ର ଜେରା କରିପାରେ । ରିଆଙ୍କ ବକ୍ତବ୍ୟକୁ ଆଧାର କରି ବଲିଉଡର ୮୦% ତାରକା ଡ୍ରଗ୍ସ ସେବନ କରିଥାନ୍ତି । ବି-ଟାଉନରେ ବର୍ତ୍ତମାନ ଏନସିବି ରାଡାରରେ ୧୫ଜଣ ତାରକା ଅଛନ୍ତି ଏବଂ ସେମାନେ ବି-ବର୍ଗର ଅଭିନେତା ଅଟନ୍ତି । ଏଥିସହ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଉଭା ହୋଇଥିବା ଡ୍ରଗ୍ସ କୋଣ ସଂପର୍କରେ ଏନସିବି ଶନିବାର ମୁମ୍ବାଇ ଏବଂ ଗୋଆର ପ୍ରାୟ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଅନୁସନ୍ଧାନରେ ଜାଣିବାକୁ ମିଳିଛି ଯେ ରିଆ ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ତଥା ଆର୍ଥିକ ପରି·ଳନାରେ ତାଙ୍କୁ ସହାୟତା କରୁଥିଲେ ।

Comments (0)
Add Comment