ଭୀଷଣ ଅଗ୍ନିକାଣ୍ଡ, 17 ମୃତ

ସଲେମ :ଆମେରିକାର ପଶ୍ଚିମ ଉପକୂଳ ସହର ଓରେଗନ ଓ ପୋର୍ଟଲ୍ୟଣ୍ଡ ସୀମାକୁ ଲାଗି ରହିଥିବା ପାଖାପାଖି 36 ମାଇଲ ଦୀର୍ଘ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିଯାଇଛି। ଫଳରେ ଧୂଆଁ ଓ ଉତ୍ତାପ ଯୋଗୁ ଏପର୍ଯ୍ୟନ୍ତ 17 ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ନିଖୋଜ ଥିବା ଜଣାପଡିଛି। ଏହି ଜଙ୍ଗଲ ନିଆଁରେ ଓରେଗନ ଓ ପୋର୍ଟଲ୍ୟାଣ୍ଡର ଅନୁନ୍ୟ 50 ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବାର ଅନୁମାନ କରାଯାଉଛି। ଓରେଗନ ଜରୁରକାଳୀନ ପରିଚାନା ବିଭାଗ ନିର୍ଦ୍ଦେଶକ ଏଣ୍ଡ୍ର୍ୟୁ ଫିଲିପ୍ସ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର କହିଛନ୍ତି। କାଲିଫର୍ଣ୍ଣିଆ, ଓରେଗନ ଓ ପୋର୍ଟଲ୍ୟାଣ୍ଡରେ ବନାଗ୍ନି ଅନେକ ରମଣୀୟ ସ୍ଥାନ ନଷ୍ଟ କରିଦେଇଛି। ଯାହାର ମୂଲ୍ୟାୟନ କରିବା ଆମ ଲାଗି ଅସମ୍ଭବ ବୋଲି ସେ କହିଛନ୍ତି। ପୋର୍ଟଲ୍ୟାଣ୍ଡ ମେୟର ସହରରେ ଜରୁରି କାଳୀନ ପରିସ୍ଥିତି ଜାରି କରିଛନ୍ତି। ଓରେଗନରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ପ୍ରାୟ 40 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବାହାର କରି ନିଆଯାଇଛି। ତେବେ 5 ଲକ୍ଷରୁ ଅଧିକ ଲୋକଙ୍କୁ ସତର୍କତା ଜୋନରେ ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

Comments (0)
Add Comment