ମୁମ୍ବାଇକୁ ବଦନାମ୍ କରିବାର ଷଡ଼ଯନ୍ତ୍ର ଚାଲିଛି : ସଞ୍ଜୟ

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାୱତ ରବିବାର କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରୁଥିବା ସତ୍ତେ୍ୱ ବିଜେପି କଙ୍ଗନା ରନାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ ଏବଂ ବିହାର ମତଦାନକୁ ଦୃଷ୍ଟିରେ ରଖି ଏହା କରାଯାଇଛି । ସେନା ମୁଖପତ୍ର “ସାମାନା’ରେ ତାଙ୍କର ସାପ୍ତାହିକ ସ୍ତମ୍ଭ ରୋଖୋକରେ ସଞ୍ଜୟ ରାୱତ ଦାବି କରିଛନ୍ତି ଯେ ମୁମ୍ବାଇର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରୟାସ ଜାରି ରହିଛି ଏବଂ ମୁମ୍ବାଇକୁ ନିରନ୍ତର ବଦନାମ କରିବା ଏହି ଷଡଯନ୍ତ୍ରର ଏକ ଅଂଶ । କଙ୍ଗନା ରନାୱତଙ୍କୁ ସମର୍ଥନ କରି ଏବଂ ସୁଶାନ୍ତ ସିଂ ରାଜପୁତ ମାମଲାରେ ନିଜର ପକ୍ଷ ଜରିଆରେ ବିଜେପି ଉଚ୍ଚ ଜାତିର ରାଜପୁତ ଏବଂ କ୍ଷତ୍ରିୟ ଭୋଟ୍ ସହିତ ବିହାର ନିର୍ବାଚନରେ ଜିତିବାକୁ ·ହୁଁଛି ବୋଲି ସେ କହିଛନ୍ତି । ଜଣେ ଅଭିନେତ୍ରୀଙ୍କ ଦ୍ୱାରା ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିଲେ ଏହାକୁ ସର୍ଜିକାଲ ଷ୍ଟ୍ରାଇକ୍ ଆଖ୍ୟାଦେବା କେତେ ପ୍ରାସଙ୍ଗିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments (0)
Add Comment