ଆଉ ୩୩୬୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରବିବାର ରାଜ୍ୟରେ ୩୩୬୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୬୪୨ରେ ପହଁଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୬, କଟକରୁ ୩୪୮, ପୁରୀରୁ ୨୮୦, ମୟୁରଭଞ୍ଜରୁ ୨୦୬, ରାୟଗଡାରୁ ୧୭୩, ଭଦ୍ରକରୁ ୧୪୪, ସୁନ୍ଦରଗଡରୁ ୧୨୦, ଝାରସୁଗୁଡାରୁ ୧୧୯, ବରଗଡରୁ ୧୧୬, ଗଞ୍ଜାମରୁ ୧୧୦, କଳାହାଣ୍ଡିରୁ ୮୯, ସୋନପୁରରୁ ୮୭, କନ୍ଧମାଳରୁ ୮୫, କୋରାପୁଟ ୭୧, ବାଲେଶ୍ୱର ୬୬, ସମ୍ବଲପୁର ୬୬, ବୌଦ୍ଧ ୬୫, ନୟାଗଡରୁ ୫୮, କେନ୍ଦୁଝରରୁ ୫୧, କେନ୍ଦ୍ରାପଡାରୁ ୪୪,  ଯାଜପୁରରୁ ୪୦, ବଲାଙ୍ଗିରରୁ ୩୯, ଜଗତସିଂହପୁରରୁ ୩୧, ଗଜପତିରୁ ୨୯, ଅନୁଗୁଳରୁ ୨୮, ଢେଙ୍କାନାଳରୁ ୨୫, ନବରଙ୍ଗପୁରରୁ ୨୪, ମାଲକାନଗିରିରୁ ୨୨, ନୂଆପଡାରୁ ୧୭ ଓ ଦେଓଗଡରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments (0)
Add Comment