ଭୁଟାନର କିଛି ଅଞ୍ଚଳକୁ ନିଜ ଅକ୍ତିଆରରେ ଆଣିବାକୁ ପ୍ରୟାସ ଚଳାଇଛି ଚୀନ୍

ନୂଆଦିଲ୍ଲୀ, ୧୪ ।୯ : ଦକ୍ଷିଣ ଚୀନ୍ ସାଗର ଏବଂ ଲଦାଖ ସୀମାରେ ଚୀନ୍ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରୁଥିଲା ବେଳେ ଏବେ ଭୁଟାନର ଭୂମିକୁ ବି ନିଜ ଦଖଲକୁ ଆଣିବାକୁ ପ୍ରୟାସ କରୁଛି । ରିପୋର୍ଟ ଅନୁଯାୟୀ, ମଧ୍ୟ ଏବଂ ପଶ୍ଚିମ ଭୁଟାନ ସଂଲଗ୍ନ ସୀମାରେ ଚୀନ୍ ସେନା ଭୁଟାନର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଯାଇଛି । ଚୀନ୍ ସେନା ବ୍ୟାପକ ପରିମାଣରେ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଚୀନ୍ ପୂର୍ବରୁ ବି ଭୁଟାନର କିଛି ଅଞ୍ଚଳକୁ ନିଜ ଦଖଲରେ ରଖିଛି । ଦୁଇ ଦେଶ ଭିତରେ ଏବେ ସୀମା ବିବାଦର ସମାଧାନ ପାଇଁ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବାର ଅଛି । ଏହା ପୂର୍ବରୁ ମଧ୍ୟ ଏବଂ ପଶ୍ଚିମ ଭୁଟାନ୍ ସୀମାରେ ସାମରିକ ଶକ୍ତି ପ୍ରଦର୍ଶନ କରି ଚୀନ୍ ଭୁଟାନ ଉପରେ ·ପ ବଢାଇବାକୁ ·ହୁଁଛି । ଏପରି ·ପ ସୃଷ୍ଟି କରି ସିଏ ଭୁଟାନ ସହିତ ଡିଲ୍ କରିବାକୁ ଏବଂ ପୂର୍ବରୁ ନିଜ ଦଖଲରେ ରଖିଥିବା ତା’ର ଭୂମିକୁ ସବୁଦିନ ପାଇଁ ଅକ୍ତିଆର କରିବାକୁ ଯୋଜନା କରିଛି । ଚୀନ୍ ଭୁଟାନର ମଧ୍ୟ ଭାଗରେ ୩୧୮ ବର୍ଗ କିମି ଏବଂ ପଶ୍ଚିମ ଭାଗରେ ୪୯୫ ବର୍ଗ କିମି ପରିମିତ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ୨୦୧୭ ମସିହାରେ ଡୋକଲାମ ଉପତ୍ୟାକାରେ ଅନୁପ୍ରବେଶ କରିବା ଘଟଣା ପର ଠାରୁ ଚୀନ୍ ଭୁଟାନର ପଶ୍ଚିମ ଭାଗରେ ଥିବା ୫ଟି ସ୍ଥାନରେ ଅନୁପ୍ରବେଶ କରି ବ୍ୟାପକ ମାତ୍ରାରେ ଭୁଟାନର ଅଞ୍ଚଳକୁ ନିଜ ଦଖଲରେ ରଖିଛି ।

Comments (0)
Add Comment