କୃଷିରେ କୃଷକମାନଙ୍କୁ ନୂତନ ସ୍ୱାଧୀନତା ପ୍ରଦାନ କରାଯାଇଛି : ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଲୋକସଭାରେ ପାରିତ ହୋଇଥିବା କୃଷି ଚିଠା ସବୁ ଐତିହାସିକ କିନ୍ତୁ, ବିରୋଧୀ ଦଳମାନେ କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି ଏଠାରେ ସୂ·ଇ ଦିଆଯାଇ ପାରେ ଯେ, ବିରୋଧୀ ଦଳମାନେ ଏହି ତିନୋଟି ବିଲ୍କୁ “କୃଷକ ବିରୋଧୀ’ ଆଖ୍ୟା ଦେବା ସହ ବିଜେପିର ମିତ୍ର ଶୀରୋମଣି ଅକାଳି ଦଳ ଏହି ବିଲ୍କୁ ପ୍ରତିବାଦ କରି ସରକାରରୁ ଓହରି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସମାଲୋଚନାକୁ ଅସ୍ୱୀକାର କରି କହିଲେ ଯେ, ମୂଲଚାଲ କରି ଅଧିକ ଦରରେ ଯେକୌଣସି ସ୍ଥାନରେ ଉତ୍ପାଦ ବିକ୍ରୟ କରିବାକୁ ଏହି ଆଇନ କୃଷକମାନଙ୍କୁ ପ୍ରତିବନ୍ଧକ ମୁକ୍ତ କରିବ । ବିହାରରେ ଏକ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, କୃଷିରେ କୃଷକମାନଙ୍କୁ ନୂତନ ସ୍ୱାଧୀନତା ପ୍ରଦାନ କରାଯାଇଛି । ଉତ୍ପାଦ ବିକ୍ରୟ କରିବାକୁ ସେମାନେ ଏବେ ଅଧିକ ବିକଳ୍ପ ଓ ସୁଯୋଗ ପାଇବେ । ଏହି ବିଲ୍ ପାରିତ ହେବାରୁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମଧ୍ୟସ୍ଥମାନଙ୍କ କବଳରୁ ସେମାନଙ୍କୁ ନିରାପଦ ରଖିବାକୁ ଏହି ଆଇନ୍ ପ୍ରଣୟନ କରିବା ଅତ୍ୟାବଶ୍ୟକ ଥିଲା । ଏସବୁ ହେଉଛି କୃଷକମାନଙ୍କର ଢାଲ । ସେ ଆହୁରି ମଧ୍ୟ କହିଛନ୍ତି, ମଧ୍ୟସ୍ଥମାନଙ୍କ ସାଙ୍ଗରେ ଥାଇ ·ଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଲାଭ “ପକେଟସ୍ଥ’ କରୁଥିବା ବ୍ୟକ୍ତିବିଶେଷଙ୍କୁ ଦେଶର କୃଷକମାନେ ଜାଣିଛନ୍ତି ଓ ଦେଖୁଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ କୃଷକମାନଙ୍କୁ ମିଳୁଥିବା ନୂଆ ସୁଯୋଗକୁ ବିରୋଧ କରୁଛନ୍ତି । ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ ପୁଣି କହିଲେ, ଏହି ଚିଠା ଜରିଆରେ ଆମ ସରକାର ଯାହା କରିଛି, କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାରରେ ସେ ବିଷୟରେ ପ୍ରତିଶ୍ରୁତି ଦେଇଥିଲା । ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଲେ ସେମାନେ ହତାଶ ହୋଇ କୃଷକମାନଙ୍କୁ ବିଭ୍ରାନ୍ତ କରାଇବା ସହ କୃଷି ଚିଠା ବିଷୟରେ ମିଥ୍ୟା ପ୍ର·ର କରୁଛନ୍ତି । କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ ମୋଦୀ କହିଲେ, “ଏମ୍ପିଏସ୍’ ପ୍ରତ୍ୟାହାର ହୋଇଯିବ ବୋଲି ବିରୋଧୀ ଦଳମାନେ ମିଥ୍ୟା ସମ୍ବାଦ ପ୍ର·ର କରୁଛନ୍ତି । କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ ମୁଁ କହୁଛି ଯେ, ଆଜି ଭଳି ଭବିଷ୍ୟତରେ ମଧ୍ୟ “ଏମ୍ପିଏସ୍’ ·ଲୁ ରହିବ । ସରକାର କୃଷକମାନଙ୍କର ଉତ୍ପାଦ କ୍ରୟ କରିବେ ।

Comments (0)
Add Comment