ଡ୍ରଗ୍ସ କାରବାର ନେଇ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ପଚରାଉଚରା କରିପାରେ ଏନସିବି

ନୂଆଦିଲ୍ଲୀ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଜଡ଼ିତ ଡ୍ରଗ୍ସ କାରବାର ନେଇ ନାରକୋଟିକ୍ସ କଣ୍ଟୋଲ ବ୍ୟୁରୋ (ଏନସିବି) ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ଓ ଶ୍ରଦ୍ଧା କପୂରଙ୍କୁ ପଚରାଉଚରା କରିବା ଲାଗି ସମନ ପଠାଇବ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଚଳିତ ସପ୍ତାହରେ ସାରା ଅଲୀ ଖାନ, ଶ୍ରଦ୍ଧା କପୂର ଓ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା ଲାଗି ସମନ ପଠାଇବ । ଏହି ପରୀପ୍ରେକ୍ଷିରେ ନୂଆ ନାମ ଯୋଡ଼ି ହୋଇଯାଇଛି ଦୀପିକା ପାଦୁକୋଣଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ନାମ । ଦୀପିକା ପାଦୁକୋଣଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଏନସିବି ସମନ ପଠାଇଛି । ସୂଚନା ଅନୁସାରେ ମଙ୍ଗଳବାର କରିଶ୍ମାଙ୍କୁ ଏନସିବି ପଚରାଉଚରା କରିପାରେ । ଏକ ଜାତୀୟ ଗଣମାଧ୍ୟମକୁ ଦୀପିକା ପାଦୁକୋଣ ଓ କରିଶ୍ମା ପ୍ରକାଶଙ୍କ ମଧ୍ୟରେ ୨୦୧୭ ଅକ୍ଟୋବର ୨୮ରେ ହୋଇଥିବା କଥାବର୍ତ୍ତାର ତଥ୍ୟ ହସ୍ତଗତ ହୋଇଛି । ଏହି କଥାବାର୍ତ୍ତାରେ ଡ୍ରଗ୍ସକୁ ନେଇ ଆଲୋଚନା ହୋଇଛି । ଏହି ଆଧାରରେ ଏବେ ଆଶଙ୍କା ସୃଷ୍ଟି ହୋଇଛି ଯେ, ଦୀପିକା ପାଦୁକୋଣଙ୍କୁ ଏନସିବି ପଚରାଉଚରା କରିପାରେ ।

Comments (0)
Add Comment