ନିଜ ସ୍କୁଲରୁ ଚୋରି କରି ଧରାପଡିଲେ ପ୍ରଧାନ ଶିକ୍ଷକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଏକ ବିରଳ ଘଟଣା ଘଟିଛି । ଦୀର୍ଘ ବର୍ଷ ଧରି ପ୍ରଦାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ପ୍ରଧାନ ଶୀକ୍ଷକ ନିଜ ସ୍କୁଲ ସାମଗ୍ରାକୁ ଚୋରି କଲେ । ଗୋପନରେ ନିଜ ଘରକୁ ସାମଗ୍ରୀ ନେବା ବେଳେ ଗ୍ରମବାସୀଙ୍କ ଦ୍ୱାରା ଧରାପଡିଲେ । ଉତ୍ୟକ୍ତ ଗ୍ରାମବାସୀ ସେହି ପ୍ରଧାନ ଶିକ୍ଷକଙ୍କୁ ଚେରି ଅଭିଯୋଗରେ ସ୍କୁଲରେ ତାଲା ପକାଇ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ । ତେବେ ପ୍ରଧାନ ଶିକ୍ଷକଙ୍କୁ ମୁକୁଳାଇବା ପାଇଁ କେହି ନ ଆସିବାରୁ ଗ୍ରାମବାସୀମାନେ ପ୍ରଧାନଶିକ୍ଷକଙ୍କୁ ତାଗିଦ କରିବା ସହ ମାନବିକତାର ପାଠ ପଢାଇ ଘରକୁ ଛାଡିଥିଲେ । ଘଟଣାଟି ଆର.ଉଦୟଗିରି ବ୍ଲକ ଅଞ୍ଜରବା ଗ୍ରାମ ପ୍ରାର୍ଥମିକ ବିଦ୍ୟାଳୟରେ ଘଟିଛି । ପ୍ରଧାନ ଶିକ୍ଷକ ହରେକୃଷ୍ଣ ରଇତଙ୍କୁ ଗ୍ରାମବାସୀମାନେ ତାଲା ପକାଇ ଘଣ୍ଟାଘଣ୍ଟା ଅଟକାଇ ରଖିଲେ । ଶିକ୍ଷକ ଜଣକ ସ୍କୁଲ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଗ୍ରାମବାସୀମାନେ ତାଙ୍କୁ ତାଲା ପକାଇ ରଖିଲେ । ସ୍କୁଲରେ ବ୍ୟବହୃତ ଟିଏଲଏମ୍ ବ୍ଲାକ ବୋର୍ଡ ଓ ରୋଷେଇ ସାମାନ ଜବତ କରାଯାଇଛ୍ି । ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଘଟଣା ସ୍ଥଳକୁ କେହି ଆସି ନଥିଲେ ବିଦ୍ୟାଳୟଟି ୧୯୯୩ ମସିହାରେ ସ୍ଥାପିତ ହୋଇଥିଲା । ଶିକ୍ଷକ ଭଲଭାବେ ନ ଆସିବାରୁ ପିଲା ସଂଖ୍ୟା କମିବାରେ ଲାଗିଲା । ଘଟଣା ସ୍ଥଳରେ ଆର.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝି ପହଞ୍ଚି ଗ୍ରାମବାସୀଙ୍କୁ ସମର୍ଥନ କରିବା ସହ ଶିକ୍ଷା ବ୍ୟବସ୍ଥାକୁ ବିରୋଧ କରିଥିଲେ । ପ୍ରଧାନ ଶିକ୍ଷକ ନିଜ ଦୋଷ ମାନିବା ପରେ ଉକ୍ତ ଚୋରି ସାମାନକୁ ବିଇଓଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟତ୍ର ନିଆଯାଇଥିଲା ।

Comments (0)
Add Comment