ରାଜ୍ୟରେ ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୩୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୯୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି  ୧୩୨୦ ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧାରେ ଗୋଟିଏ ଦିନରେ ୫୦୦ ପାର୍‌ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଜିଲ୍ଲାରୁ କେବଳ ୫୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ ୬୦୯ରେ ପହଞ୍ଚିଥିବା ବେଳେ୧୭୩୫୭୧ ଜଣ ସୁସ୍ଥ ହୋଇ ସାରିଲେଣି।  ଏହାବ୍ୟତୀତ ୩୮୧୭୨ ଆକ୍ଟିଭ କେସ୍‌ ଥିବା ବେଳେ ଆଖି ବୁଜି ସାରିଲେଣି ୮୧୩  ଜଣ।

Comments (0)
Add Comment