କୃଷି ବିଲକୁ ବିରୋଧ କରି ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ

ନୂଆଦିଲ୍ଲୀ: ଦେଶବ୍ୟାପୀ କୃଷି ବିଲ୍କୁ ବିରୋଧ ଜାରି ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । କୃଷି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ·ଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି । ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି ତୁମୁଳକାଣ୍ଡ ଘଟିଛି । ପଞ୍ଜାବ ଯୁବ କଂଗ୍ରେସ କର୍ମୀମାନେ ଆଜି ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ି ଦେଇଛନ୍ତି । କୃଷି ଆଇନକୁ ବିରୋଧ କରି ବିକ୍ଷୋଭ କରିବା ସହ କିଛି କଂଗ୍ରେସ କର୍ମୀ ଆଜି ଏକ ଟ୍ରାକ୍ଟରକୁ ନେଇ ଆସିଥିଲେ । ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଜନପଥ ମାନସିଂହ ରୋଡରେ ଆନ୍ଦୋଳନକାରୀମାନେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛନ୍ତି । ଖବର ମିଳିବା ପରେ ପରେ ୨ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଥିଲା । ପରେ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକ କରିଛି । ଇଣ୍ଡିଆ ଗେଟ୍ ଅଞ୍ଚଳକୁ କଡନ୍ କରି ସିଲ୍ କରାଯାଇଛି, ଯେପରି ଅନ୍ୟ କେହିଁ ଅଞ୍ଚଳକୁ ପ୍ରବେଶ ନ କରିବେ ସେ ନେଇ ବ୍ୟବସ୍ଥା ହୋଇଛି । କୃଷି ଆଇନକୁ ନେଇ ପଞ୍ଜାବ, ହରିୟାଣା ଏବଂ କର୍ଣ୍ଣାଟକର ବିଭିତ୍ତ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ବେଙ୍ଗାଲୁରୁର ବିଧାନସଭା ସମେତ ବିଭିନ୍ନ ଅଞ୍ଚଳରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

Comments (0)
Add Comment