ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ‌ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବରପାଇ ନିଆଁ ଲିଭାଇବା ପାଇଁ ପେଟ୍ରୋଲ ପମ୍ପରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚିଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନ୍‌ଛତ୍ର ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରାଜ ଭବନ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ ଯାଏ ରାସ୍ତାକୁ ପୋଲିସ୍ସିଲ୍ କରିଦେଇଛି‌। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା। ଶବ୍ଦ ଏତେ ଜୋରରେ ଥିଲା ଯେ, ଭୂମିକମ୍ପ ହେଲାଭଳି ଲାଗିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଲେ।

Comments (0)
Add Comment