ଲୋକାର୍ପଣ ପୂର୍ବରୁ ବେହାଲ ବ୍ରିଜ

ମାଲକାନଗିରି : ଉଦଘାଟନ ନ ହେବା ସହ ବର୍ଷେ ନ ପୁରୁଣୁ ଦବିଲା ନୂତନ ପୋଲ ର ଉଭୟ ପାର୍ଶ୍ୱରେ ଥିବା ସିମେଣ୍ଟ କଂକ୍ରିଟ ଆପ୍ରୋଚ ରୋଡ୍। ମାଲକାନଗିରି ଜିଲ୍ଲାର ବାଲିମେଳା ସଦର ଠାରୁ ପୋଟରେଲ ପଞ୍ଚାୟତ ର ଚିତାପାରୀ କୁ ଯୋଗାଯୋଗ କରିବାକୁ ହେଲେ ପୂର୍ବେ ବିପଦସଂକୁଳ ଅବସ୍ଥାରେ ଦେଶୀ ଡଙ୍ଗା ମାଧ୍ୟମରେ ନଦୀ ପାର ହେବାକୁ ପଡୁଥିଲା। ତେବେ ଏହି ସମସ୍ୟା କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଆରଡ଼ି ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନା ରେ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ରେ ଏକ ନୂତନ ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଏହି ବ୍ରିଜ ଟିକୁ ଗୁପ୍ତେଶ୍ଵର କଂଷ୍ଟ୍ରକସନ ନାମକ ଏକ କମ୍ପାନୀ କାମ ଟିକୁ ନେଇଥିଲା। ତେବେ ବ୍ରିଜ ଟି ଉଚିତ ଅବଧି ମଧ୍ୟରେ ନିର୍ମାଣ ନ ହୋଇ ବିଳମ୍ବ ରେ ନିର୍ମାଣ କାର୍ଯ୍ୟ ଶେଷ ହେଲା ସତ କିନ୍ତୁ ଉତ୍ତମ ମାନର କାମ ହୋଇନଥିବା ହେତୁ ବର୍ତ୍ତମାନ ବ୍ରିଜ ର ଉଭୟ ପାର୍ଶ୍ଵ ରେ ହୋଇଥିବା ସିମେଣ୍ଟ କଂକ୍ରିଟ ରାସ୍ତା ଟି ୨ ଫୁଟ ଲେଖାଏଁ ଦବି ଯିବା ସହ ରାସ୍ତା ଟି ମଝି ଭାଗ ରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଏପରି ହେବା ଦ୍ୱାରା ବାରମ୍ବାର ବହୁ ଦୁର୍ଘଟଣା ଘଟି ଲୋକେ ମଧ୍ୟ ଆହତ ହେଉଛନ୍ତି। ତେବେ ତୁରନ୍ତ ଏହାକୁ ପୁନଃ ନିର୍ମାଣ ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିବା ସହ ଯଦି କେହି ପଡି ମୃତ୍ୟୁବରଣ କରେ ତାହେଲେ ଏଥିପାଇଁ ପ୍ରଶାସନ ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛନ୍ତି।

Comments (0)
Add Comment