ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ପାହାଡିଆ ରାସ୍ତାରେ ୨ କିମି ଚାଲିଲେ ପ୍ରସୂତୀ ମହିଳା । ଖାଲଖମା ରାସ୍ତାରେ ପୁଣି ଚାଲିଲେ ପ୍ରସୂତି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ତେନ୍ତୁଳିପଦର ଗ୍ରାମରେ । ଗତକାଲି ବିଳମ୍ବିତ ରାତିରୁ ଏହି ଗ୍ରାମର ଦନାଇ ଖରାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦି , ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପରେ ୧୦୮ ଆମ୍ବୁଲାନ୍ସଙ୍କୁ ଡାକିଥିଲେ। କିନ୍ତୁ ପାହାଡ ଉପରେ ତେନ୍ତୁଳିପଦର ଗାଁ ଥିବାରୁ ଗ୍ରାମକୁ ରାସ୍ତା ଯୋଗଯୋଗ ହୋଇ ନଥିବାରୁ ଆମ୍ବୁଲାନ୍ସ ଟି ଗ୍ରାମକୁ ଯାଇପରି ନଥିଲା । ଫଳରେ ବାଧ୍ୟହୋଇ  ପ୍ରସୂତିଙ୍କ ସ୍ୱାମୀ ବୁଦୁରାମ ଓ ଗର୍ଭବତୀ ମହିଳା ପରିବାର ଲୋକେ ଦୀର୍ଘ ୨ କିଲୋମିଟର ପାହାଡ଼ ଉପରୁ ଚଲେଇ ଚଲେଇ ମୁଖ୍ୟ ସଡକ ପର୍ଯ୍ୟନ୍ତ ଆଣିଥିଲେ।ମହିଳା ସ୍ବାସ୍ଥ୍ୟକର୍ମୀ ଆଶା ଦିଦି ପାହାଡ଼ ତଳେ ଅପେକ୍ଷା କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଆସି ପହଞ୍ଚି ପ୍ରସୂତିଙ୍କୁ ନିକଟସ୍ଥ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ।ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି।ତେବେ ତେନ୍ତୁଳିପଦର ଗାଁ ଗ୍ରାମକୁ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।

Comments (0)
Add Comment